ମକ୍କା ତୀର୍ଥସ୍ଥଳୀରେ ଭୀଷଣ ଗରମ; ହିଟ୍‌ଓ୍ବେଭ୍ ନେଲାଣି ୬୪୫ ଜୀବନ, ଭାରତରୁ ୯୦ ମୃତ !

Published By : Prameya-News7 Bureau | June 20, 2024 IST

ନୂଆଦିଲ୍ଲୀ: ସାଉଦି ଆରବର ମକ୍କାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ହିଟଓ୍ବେଭ୍ ଯୋଗୁ ଗୋଟିଏ ସପ୍ତାହରେ ୬୪୫ଜଣ ହଜ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।  ଗତବର୍ଷ ଏହି ସମୟରେ ପ୍ରାୟ ୨୪୦ଜଣ ପ୍ରାଣ ହରାଇଥିଲେ । ଜୁନ୍ ୧୭ରେ ମକ୍କାର ଗ୍ରାଣ୍ଡ ମସଜିଦରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । 

ଏଏଫପି ମିଡିଆ ରିପୋର୍ଟ ମୁତାବକ, ମୃତକଙ୍କ ମଧ୍ୟରେ ଇଜିପ୍ଟର ସର୍ବାଧିକ ୩୨୩ ନାଗରିକ ଅଛନ୍ତି । ସେହିଭଳି ୬୦ଜଣ ଜୋର୍ଡାନର । ଏହାବ୍ୟତୀତ ଇରାନ, ଇଣ୍ଡୋନେସିଆ ଏବଂ ସେନେଗଲର   ହଜ୍ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବେସରକାରୀ ଭାବେ ୯୦ଜଣ ଭାରତୀୟ ରହିଥିବା ବେଳେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୬୮ । ପ୍ରଚଣ୍ଡ ଗରମ ଯୋଗୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଏଭଳି ଘଟଣା   ଘଟିଛି । ଇଜିପ୍ଟର ବିଦେଶ ମନ୍ତ୍ରୀ ମଙ୍ଗଳବାର କହିଥିଲେ କି କିଛି ଲୋକ ନିଖୋଜ୍ ହୋଇଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ସାଉଦି ସରକାର ସହ ମିଶି ଆମେ ଅପରେସନ ଚଳାଇଛୁ । ଗରମ ଯୋଗୁ ରୋଗଗ୍ରସ୍ତ ହୋଇ ପ୍ରାୟ ୨ ହଜାର ଯାତ୍ରୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସାଉଦି ଅଧିକାରୀଙ୍କ ମୁତାବକ ମକ୍କାରେ ଜଳବାୟୁ ପରିବର୍ତ୍ତନର ଘୋର ପ୍ରଭାବ ଅନୁଭୂତ ହେଉଛି । ଏଠାରେ ପ୍ରତିବର୍ଷ ହାରାହାରି ତାପମାତ୍ରା ୦.୪ ଡିଗ୍ରୀ ବଢୁଛି । ଗତବର୍ଷ ୨୪୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ ଇଣ୍ଡୋନେସିଆର ଥିଲେ ।

ମଙ୍ଗଳବାର ଆରବ କୂଟିନୀତିଜ୍ଞ ସୂଚନା ଦେଇଥିଲେ, ପ୍ରବଳ ହିଟଓ୍ବେଭ୍ ଯୋଗୁ ମାକ୍କାକୁ ଆସିଥିବା ହଜ୍ ଯାତ୍ରୀଙ୍କ ମଧ୍ୟରୁ ୫୫୦ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଚଣ୍ଡ ଗରମ ଯୋଗୁ ପ୍ରାୟ ୧.୮ ମିଲିୟନ ଯାତ୍ରୀ ଅସ୍ତବ୍ୟସ୍ତ ହୋଇଛନ୍ତି । ୫୦ରୁ ଡିଗ୍ରୀ ତାପମାତ୍ରାରେ ଜଳୁଛି ସାଉଦି ଆରବର ମକ୍କା ସହର ।   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.