ତାପସୀଙ୍କ ନୂଆ ଖୁଲାସା, ବିବାହର ୯ ବର୍ଷ ପୂର୍ବରୁ ସରିଥିଲା ନିର୍ବନ୍ଧ

Published By : Prameya-News7 Bureau | August 11, 2024 IST

ମୁମ୍ଵାଇ ୧୧।୦୮: ଏବେ ଡେଷ୍ଟିନେସନ୍‌ ୱେଡିଂର ଟ୍ରେଣ୍ଡ୍‌ ଚାଲିଥିବାବେଳେ  ସିନେ ତାରକା ତାପସୀ ପନ୍ନୁଙ୍କ ବିବାହ ଅତ୍ୟନ୍ତ ନିରାଡ଼ମ୍ବର   ଥିଲା । ଦୀର୍ଘ ୧୧ ବର୍ଷର ଡେଟିଂ ପରେ ତାପସୀ   ଡେନ୍‌ମାର୍କର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ମାଥିଆସ  ବୋଙ୍କୁ ଗତ ମାର୍ଚ୍ଚ ୨୩ ତାରିଖରେ ବିବାହ  କରିଛନ୍ତି । କେବଳ ପରିବାର ସଦସ୍ୟଙ୍କ  ଉପସ୍ଥିତିରେ ଅତ୍ୟନ୍ତ ନିରାଡ଼ମ୍ବର ଭାବେ  ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା । ତେବେ, ଜାଣି ଆଶ୍ଚର୍ଯ୍ୟ ହେବେ,  ବିବାହର ଦୀର୍ଘ ୯ ବର୍ଷ ପୂର୍ବରୁ ଏହି  ଦମ୍ପତିଙ୍କର ନିର୍ବନ୍ଧ ସରିଥିଲା । ତାପସୀ  ନିଜେ ଏକ କାର୍ଯ୍ୟକ୍ରମରେ ଏ ବିଷୟରେ ସ୍ପଷ୍ଟ  କରିଛନ୍ତି । 

ସେ କହିଛନ୍ତି, ମାଥିଆସ ଓ ମୁଁ ପ୍ରାୟ   ୧୦-୧୧ ବର୍ଷ ତଳେ ପରସ୍ପରକୁ ଭେଟିଥିଲୁ । ଏହାର ବର୍ଷକ  ପରେ ମାଥିଆସ୍‌ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ତାପସୀ  କହିଛନ୍ତି, ୯ ବର୍ଷ ତଳେ ନିର୍ବନ୍ଧ ହୋଇଥିଲେ ମଧ୍ୟ ଆମ  ମଧ୍ୟରୁ କାହାର ମନ ପରିବର୍ତ୍ତନ ହୋଇନାହିଁ ।ଏକାଠି ଜୀବନ  ବିତାଇପାରିବୁ ବୋଲି ଆମର ବିଶ୍ୱାସ ରହିଛି ।’ ତାପସୀ  ଆହୁରି କହିଛନ୍ତି, ମାଥିଆସ୍‌ ଡେନ୍‌ମାର୍କ କିମ୍ବା ଦୁବାଇରେ ସେମାନଙ୍କର ପ୍ରଥମ ଡେଟିଂ ଯୋଜନା କରିଥିଲେ । ତାପସୀ  ଭିସାରେ ବିଳମ୍ବ ହେବ ବୋଲି କହି ଡେନ୍‌ମାର୍କ ଯିବାକୁ ମନା  କରିବା ପରେ ଦୁବାଇରେ ସେମାନଙ୍କର ପ୍ରଥମ ଡେଟିଂ ନିଷ୍ପତ୍ତି  ହୋଇଥିଲା । 

କିନ୍ତୁ ମାଥିଆସ୍‌ଙ୍କ ବିଷୟରେ ଜାଣିବା ପରେ  ତାପସୀଙ୍କ ସାଙ୍ଗମାନେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା କଲେ ।  ସେମାନେ ତାପସୀଙ୍କୁ ସାବଧାନ ରହିବାକୁ କହିଲେ । ମାଥିଆସ୍‌   ତାଙ୍କୁ ଦୁବାଇ ନେଇ ବିକ୍ରି କରିଦେଇ ପାରନ୍ତି ବୋଲି ସେମାନେ  ଭୟ କରୁଥିଲେ । ଗତ ୯ ତାରିଖରେ ତାପସୀଙ୍କ ଅଭିନୀତ  ‘ଫିର୍‌ ଆୟି ହସୀନ୍‌ ଦିଲରୁବା’ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ  କରିଛି । ଏଥିରେ ବିକ୍ରାନ୍ତ ମେସି ଓ ସନ୍ନି କୌଶଲ ମୁଖ୍ୟ  ଭୂମିକାରେ ଅଭିନୟ କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.