ଅଭିଶପ୍ତ ଜୀବନ
9/06/2018 at 10:18 AM

ଦୁନିଆଁର ଆଲୋକ ଦେଖିବା ବିତି ଗଲାଣି ୯ ବର୍ଷ। ସ୍କୁଲ ଯିବା ବୟସରେ ଖଟ ଉପରେ ପଡ଼ି ରହିଛନ୍ତି ଅଂଶୁମାନ। ନା ଅନୁଭବ କରି ପାରୁଛନ୍ତି ମା’ ର ମମତା ନା ଭଉଣୀମାନଙ୍କ ଭଲ ପାଇବା। ନାନା ଚିକିତ୍ସା ପରେ ବି ଖଟରେ ପଡ଼ଛନ୍ତି ସେ। କଥା କହିବାର ଶକ୍ତି ନାହିଁ କି ଉଠି ବସିବାର ରାହା ନାହଁ ।
ପୁରୀ ଜିଲ୍ଲା ନିମାପଡ଼। ବ୍ଲକ ଅନ୍ତର୍ଗତ ବଳଙ୍ଗା ଗାଁରେ ଚନ୍ଦ୍ରଶେଖର ବେଜଙ୍କ ଘର। ଚନ୍ଦ୍ରଶେଖରଙ୍କ ୩ ଟି ଝିଅ ଏବଂ ଗୋଟିଏ ପୁଅ। ପୁଅ ଅଂଶୁମାନର ବୟସ ୯ । ହଲେ ଜନ୍ମ ବେଳୁ ସବୁବଳେ ରୋଗଗ୍ରସ୍ତ ଥିବା ଅଂଶୁମାନ କେବେ ବି ଖଟରୁ ଉଠିନି। ନା କଥା କହିପାରୁଛି ନା ଚାଲି ପାରୁଛି ନା କିଛି ବୁଝିପାରୁଛି। ପ୍ରତି ମାସରେ ଅଂଶୁମାନର ଚିକିତ୍ସା ଓ ଔଷଧ ଖର୍ଚ୍ଚ ୩ ରୁ ୪ ହଜାର ଟଙ୍କା। ସ୍ବଳ୍ପ ରୋଜଗାର ଭିତରେ ଏହି ଖର୍ଚ୍ଚ ତୁଲାଇବା ଚନ୍ଦ୍ରଶେଖରଙ୍କ ଅଂଟା ଭାଙ୍ଗି ଦେଉଛି। ସରକାରୀ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ଅଂଶୁମାନଙ୍କ ବାପା ମା’।
ଅଂଶୁମାନର ଏହି ଅବସ୍ଥା ପାଇଁ ଗ୍ରାମବାସୀ ମଧ୍ୟ ବେଶ ଉଦବେଗ ପ୍ରକାଶ କରିଛନ୍ତି । ଅଧତ୍କ ସରକାରୀ ସାହାଯ୍ୟ ମିଳିଲେ ପିଲାଟି ସୁସ୍ଥ ହୋଇ ବାପା ମା’ ଙ୍କ ମୁହଁରେ ହସ ଫୁଟାଇ ପାରିବ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ। ସ୍ଥାନୀୟ ସରପଂଚ ଏବଂ ନିମାପଡ଼। ବିଡିଓଙ୍କୁ ଅଂଶୁମାନଙ୍କୁ ସରକାରୀ ସାହାଯ୍ୟ ସମ୍ପର୍କରେ ଯୋଗାଯୋଗ କରିବାପରେ ସେମାନଙ୍କ ତରଫରୁ ସେହି ଚିରାଚରିତ ଉତର , ’ ଖୁବ ଶୀଘ୍ର ସାହାଯ୍ୟ ଯୋଗାଇ ଦିଆଯିବ’।
ପ୍ରଶାସନ ପକ୍ଷରୁ ମିଳିଛି ମନଲୋଭା ପ୍ରତିଶ୍ରତି। ହଲେ ସେହି ପ୍ରତିଶ୍ରତି କବେ ପୂରଣ ହେବ ଏବଂ ଅଂଶୁମାନର ପରିବାର ମୁହଁରେ ହସ ଫୁଟିବ ସେହି ଦିନକୁ ଅପେକ୍ଷା।