ଦଲାଲ କବଳରୁ ଉଦ୍ଧାର ହେଲେ ୯ ଆଦିବାସୀ ନାବାଳିକା

Published By : Prameya-News7 Bureau | January 08, 2023 IST

ସୋର 08/01: ଦଲାଲ କବଳରୁ ଉଦ୍ଧାର ହେଲେ ୯ ଆଦିବାସୀ ନାବାଳିକା। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ନ୍ଦୁର ଅଞ୍ଚଳରୁ ୯ଆଦିବାସୀ ନାବାଳିକା ଓ କିଛି ନାବାଳକଙ୍କୁ ନେଇ ମହାରାଷ୍ଟ୍ର ଯାଉଥିବା ୩ଦଲାଲଙ୍କୁ ସ୍ଥାନୀୟ ଗ୍ରାମବାସୀ ଓ ମହିଳା ସ୍ବୟଂସହାୟିକଗୋଷ୍ଠୀ ଧରି ଖଇରା ପୋଲିସ ଜିମାରେ ଦେଇଛନ୍ତି।

ଏଥିସହ ଉକ୍ତ ଆଦିବାସୀ ନାବାଳିକା ମାନଙ୍କୁ ଉଦ୍ଧାର କରାଯାଇଛି।  ଦଲାଲଙ୍କ ମଧ୍ୟରୁ ୨ଜଣ ମହାରାଷ୍ଟ୍ରରୁ ହୋଇଥିବା ବେଳେ ଅନ୍ୟ ଜଣେ ଖଇରା ବ୍ଲକ କାକୁଡିଆ ଗ୍ରାମର ବୋଲି ଜଣାପଡ଼ିଛି। ଖଇରା ପୋଲିସ ଦଲାଲ ମାନଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି। ଏହି ଦଲାଲମାନେ ନନ୍ଦୁର ରାସ୍ତାରେ ନାବାଳିକାମାନଙ୍କୁ  ନେଉଥିବା ଖବର ପାଇ ମହିଳା ସ୍ବୟଂସହୟିକା ଗୋଷ୍ଠୀ ସେଠାରେ ପହଞ୍ଚିଥିଲେ। ହେଲେ ଦଲାଲମାନେ ସେମାନଙ୍କ ନିକଟରୁ ଖସି ଏକ ଅଟୋରେ ପଳାଇ ଯାଉଥିବା ବେଳେ ସୋର ନଟାପଡା ଛକ ଠାରେ କିଛି ଯୁବଗୋଷ୍ଠୀ ସେମାନଙ୍କୁ ଧରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.