scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୀରଭୂମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବସ ଏବଂ ଅଟୋ ଧକ୍କାରେ ୯ ଜଣଙ୍କ ମୃତ୍ୟୁ

9/08/2022 at 9:40 PM

କୋଲକାତା: ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ମଲ୍ଲାରମପୁର ଥାନା ନିକଟରେ ଏକ ବଡ ଦୁର୍ଘଟଣା ଘଟିଛି । ସରକାରୀ ବସ ଏବଂ ଅଟୋ ଧକ୍କା ହେବା ଫଳରେ ଅତି କମରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନେକ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣା ରାନୀଗଞ୍ଜ-ମୋରଗ୍ରାମ ଏନଏଚ ୬୦ ନିକଟରେ ହୋଇଛି । ମୃତକମାନେ ନିକଟସ୍ଥ ପରକଣ୍ଡି ଗାଁର ହୋଇଥିବା ଜଣାପଡିଛି । ପୋଲିସର ସୂଚନା ଅନୁସାରେ, ଅଟୋରେ ଥିବା ଶ୍ରମିକମାନେ ତଳି ରୋଇବା ପାଇଁ ଯାଇ ନିଜ ଗାଁକୁ ଫେରୁଥିଲେ ।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାମ ଆରମ୍ଭ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଦକ୍ଷିଣବଙ୍ଗା ରାଷ୍ଟ୍ରୀୟ ପରିବହନ ନିୟମର ବସ ଏହି ଦୁର୍ଘଟଣା ଘଟାଇଛି । ବସଟି ରାମପୁରହାଟରୁ ସିଉରୀ ଯାଉଥିଲା । ଅଟୋଟି ବିପରୀତ ଦିଗରୁ ଆସୁଥିଲା । ଅଟୋରେ ଥିବା ସମସ୍ତ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ଥିବା ବେଳେ ଅଟୋ ଚାଳକଙ୍କ ସ୍ଥିତି ଗୁରୁତର ରହିଛି ।    

   Related Posts