ଚିମ୍ନୀର ଉଦ୍ଘାଟନରେ ମିଠା ବାଣ୍ଟୁଥିବା ବେଳେ ହେଲା ବିସ୍ଫୋରଣ, ୯ ମୃତ
24/12/2022 at 12:22 PM

ପାଟନା, ୨୪।୧୨: ବିହାରର ମୋତିହାରି ଜିଲ୍ଲାରେ ଏକ ଇଟାଭାଟିର ଚିମନୀରେ ଗତକାଲି ବିସ୍ଫୋରଣ ଘଟିଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୫ ଜଣ ଆହତ ହୋଇଛନ୍ତି । ୧୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି । ଇଟାଭାଟିରେ ନିଆଁ ଲଗାଇବା ପରେ ଏହାର ଖୁସିରେ ମିଠା ବାଣ୍ଟି ଜନ୍ମଦିନ ପାଳନ କରୁଥିଲେ । ସେ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ରାମଗଡୱା ଥାନା ଅନ୍ତର୍ଗତ ନରିରଗିର୍ ଗ୍ରାମରେ ଏହି ଦୁର୍ଘଟଣା ଘଟିଛି ।ଇଟାଭାଟିରେ ୩୦ରୁ ଅଧିକ ଶ୍ରମିକ କାମ କରୁଥିଲେ । ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ୱ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଛି । ୧୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ କିଛି ଲୋକ ଲୋକ ନିଖୋଜ ଥିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି ।
ଇଟା ଭାଟିର ଚିମନୀକୁ ଜଳାଇବା ନିଆଁ ଲଗାଯାଇଥିଲା । ନିଆଁରୁ ଧୂଆଁ ଉପରକୁ ଉଠିଥିଲା । ଭାଟି ମାଲିକ ଏବଂ ଶ୍ରମିକ ଧୂଆଁ ଦେଖୁଥିଲେ । ପୂଜା କାର୍ଯ୍ୟ ଭଲରେ ହୋଇଥିଲା । ତେଣୁ ଏହାର ଜନ୍ମ ଦିନ ପାଳନ ପାଇଁ ମିଠା ବଣ୍ଟା ଯାଇଥିଲା । ଏହି ସମୟରେ ବିସ୍ଫୋରଣ ଘଟିଥିଲା ।
ତେବେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ବ୍ଲାଷ୍ଟରେ ମୃତ ଲୋକଙ୍କୁ ୨ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶିର ଘୋଷଣା କରିଛନ୍ତି । ଅନ୍ୟପଟେ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଲେଖାଏଁ ଦେବାକୁ ଘୋଷଣା ହୋଇଛି ।