ମଣିପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ୯ ମୈତେଇ ସଂଗଠନ ବେଆଇନ୍‌ ଘୋଷିତ

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ମଣିପୁରରେ ହୋଇଥିବା ହିଂସାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ସୋମବାର ମୈତେଇର ଉଗ୍ରବାଦୀ ସଂଗଠନ ପିପୁଲ୍ସ ଲିବରେସନ୍ ଆର୍ମି(PLA)କୁ ପାଞ୍ଚ ବର୍ଷ ପାଇଁ ଏକ ବେଆଇନ ଘୋଷିତ କରିଛନ୍ତି।

PLA ର ପଲିଟିକାଲ ଓ୍ୱିଙ୍ଗ୍ ରିଭୋଲ୍ୟୁସନାରୀ ପିପୁଲ୍ସ ଫ୍ରଣ୍ଟ (RPF) ଏବଂ ୟୁନାଇଟେଡ ଲିବରେସନ ଫ୍ରଣ୍ଟ (UNLF)କୁ ମଧ୍ୟ ଗୃହ ମନ୍ତ୍ରଣାଳୟ ଦ୍ୱାରା ପାଞ୍ଚ ବର୍ଷ ପାଇଁ ବେଆଇନ ସଂଗଠନ ଘୋଷଣା କରାଯାଇଛି। ଏହା ବ୍ୟତୀତ ପିଏଲଏର ଆର୍ମି ୱିଙ୍ଗ ମଣିପୁର ପିପୁଲ୍ସ ଆର୍ମି (MPA) ବିରୋଧରେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗୃହ ମନ୍ତ୍ରଣାଳୟ ମଧ୍ୟ ପିପୁଲ୍ସ ରିଭୋଲ୍ୟୁସାରୀ ପାର୍ଟି ଅଫ୍ କଙ୍ଗଲିପାକ୍ (PREPAK), ରେଡ୍ ଆର୍ମି ଏବଂ କଙ୍ଗଲିପକ୍ କମ୍ୟୁନିଷ୍ଟ ପାର୍ଟି (KCP)କୁ ମଧ୍ୟ ପାଞ୍ଚ ବର୍ଷ ପାଇଁ ବ୍ୟାନ୍‌ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.