Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ହଟିବ ୧୫ ବର୍ଷରୁ ଅଧିକ ପୁରୁଣା ୯ ଲକ୍ଷ ସରକାରୀ ଗାଡ଼ି, ନିତିନ ଗଡକରୀ ଦେଲେ ସୂଚନା

30/01/2023 at 5:15 PM

9 lakh government vehicles more than 15 years old will be removed

ନୂଆଦିଲ୍ଳୀ, ୩୦/୦୧: ହଟିବ ୧୫ ବର୍ଷରୁ ଅଧିକ ପୁରୁଣା ୯ ଲକ୍ଷ ସରକାରୀ ଗାଡ଼ି-ବସ୍‌। ଏପ୍ରିଲ ୧ରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ୧୫ ବର୍ଷରୁ ପୁରୁଣା ପ୍ରାୟ ୯ ଲକ୍ଷ ଗାଡ଼ିକୁ ହଟାଯିବ। ଏହା ବଦଳରେ ନୂଆ ଗାଡ଼ି ଚାଲିବ। ସୋମବାର ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ।

ଫିକି ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଡକରୀ କହିଛନ୍ତି ଇଥାନଲ୍‌, ମିଥାନଲ, ବାୟୋ-ସିଏନଜି, ବାୟୋ-ଏଲଏନଜି ଏବଂ ଇଲେକ୍ଟ୍ରିକ୍‌ ଗାଡ଼ିର ବ୍ୟବହାର ପାଇଁ ସରକାର ଅନେକ ସୁବିଧା କରୁଛନ୍ତି।  ଆଉ ଏହା ଅନ୍ତର୍ଗତ ୯ ଲକ୍ଷ ସରକାରୀ ଗାଡ଼ିର ସ୍କ୍ରାପିଂ କରିବାକୁ ଅନୁମତି ମିଳିଛି। ଯାହା ୧୫ ବର୍ଷରୁ ଅଧିକ ପୁରୁଣା। ଏହା ମଧ୍ୟେର ପ୍ରଦୂଷଣ କରୁଥିବା ବସ୍‌ କାର୍‌ ମଧ୍ୟ ରାସ୍ତାରୁ ହଟିବ ଏବଂ ଏମାନଙ୍କ ସ୍ଥାନ ନେବେ ନୂଆ ଗାଡ଼ି ତଥା ବିକଳ୍ପ ଇନ୍ଧନରେ ପରିଚାଳିତ ଗାଡ଼ି। ଏହା ବହୁ ମାତ୍ରାରେ ପ୍ରଦୂଷଣକୁ କମାଇବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ।

ନିକଟରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ତରଫରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଏପ୍ରିଲ ୧ ଠାରୁ ପରିବହନ ନିଗମ ଏବଂ ସରକାରୀ କ୍ଷେତ୍ରର ମାଲିକାନା ଥିବା ବସ୍‌ ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ସମସ୍ତ ଯାନ ଯାହାକି ୧୫ ବର୍ଷରୁ ଅଧିକ ପୁରୁଣା ତାହାକୁ ହଟାଯିବ। ତେବେ ଏହି ନିୟମ ସ୍ବତନ୍ତ୍ର ସେବାରେ ବ୍ୟବହାର ହେଉଥିବା ଗାଡ଼ି ଉପରେ ଲାଗୁ ହେବ ନାହିଁ ଯେମିତିକି ପ୍ରତିରକ୍ଷା ଏବଂ ଆଇନଶୃଙ୍ଖଳା ଏବଂ ଅନ୍ତରୀଣ ସୁରକ୍ଷା ପାଇଁ ବ୍ୟବହାର ହେଉଥିବା ଗାଡ଼ିରେ ଲାଗୁ ହେବନାହିଁ।

୨୦୨୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କ୍ରାପେଜ୍‌ ପଲିସି-୨୦୨୧ ର ଲଞ୍ଚ କରିଥିଲେ। ୨୦୨୧-୨୨ ବଜେଟ୍‌ରେ ୨୦ ବର୍ଷ ପାଇଁ ବ୍ୟକ୍ତିଗତ ଭାବରେ ବ୍ୟବହୃତ ହେଉଥିବା ଗାଡ଼ି ଏବଂ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗାଡ଼ିକୁ ୧୫ ବର୍ଷରେ ଏହାର ଫିଟ୍‌ନେସ୍‌ ଟେଷ୍ଟ କରାଯିବ। ଏପ୍ରିଲ ୧ ରୁ ଲାଗୁ ହେବାକୁ ଥିବା ଏହି ନୂଆ ପଲିସି ଅନୁଯାୟୀ ପୁରୁଣା ଗାଡ଼ିକୁ ସ୍କ୍ରାପ୍ ପରେ କିଣୁଥିବା ନୂଆ ଗାଡ଼ି ଉପରେ ରାଜ୍ୟ ସରକାର ୨୫ % ରୋଡ୍ ଟ୍ୟାକ୍ସ ଉପରେ ମଧ୍ୟ ଛାଡ଼ ଦେବେ।

   Related Posts