କୋଣାର୍କରୁ ୯ ଲକ୍ଷ ଟଙ୍କାର‌ ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ମଞ୍ଜୁଲତାଙ୍କୁ କୋର୍ଟ ଚାଲାଣ

Published By : Prameya-News7 Bureau | August 26, 2022 IST

ପୁରୀ: ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରୁ ୯ ଲକ୍ଷ ଟଙ୍କାର‌ ବ୍ରାଉନ ସୁଗାର ଜବତ ହୋଇଛି। ଜଣେ ମହିଳାଙ୍କ ଠାରୁ ଜିଲ୍ଲା ଅବକାରୀ ବିଭାଗ ୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଗିରଫ ମହିଳା ହେଉଛନ୍ତି ମଞ୍ଜୁଲତା ରାଉତ। ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ସଦର ରେଞ୍ଜ ଅବକାରୀ ଥାନା ଅଧିକାରିଣୀ ମାନସୀ ସାହୁଙ୍କ ନେତୃତ୍ଵରେ ଏକ ଟିମ କୋଣାର୍କ ବସଷ୍ଟାଣ୍ଡ ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ସୁଲଭ ଶୌଚାଳୟ ସାମ୍ନାରେ ଚଢ଼ାଉକରି ମଞ୍ଜୁଲତା ରାଉତଙ୍କ ଠାରୁ ୯୦ ଗ୍ରାମ ବ୍ରାଉନ ସୁଗାର  ଜବତ କରିଛି।

ଅବକାରୀ ଥାନା କେସ ନଂ -୩୬/୨୨-୨୩ରେ ଅଭିଯୁକ୍ତ ମଞ୍ଜୁଲତାକୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପ- କାରାଗlରକୁ ପଠାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ବିନୋଦ କୁମାର ବାସ୍କେ,  ପ୍ରବୀଣ ବିରାଜ କୀରୋ, ସଞ୍ଜିପ ହସ୍ତୀ, ଦୀନବନ୍ଧୁ ବାରିକ, ଶେଖ ୱାରିସ ପ୍ରମୁଖ  ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.