Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କରୋନା ନେଇ ହୋଟେଲରେ ଚଢାଉ : ୯ କେରଳ ଫେରନ୍ତା ଦାଦନ ଶ୍ରମିକ ଉଦ୍ଧାର, ରଖାଯିବ ଆଇସୋଲେସନରେ

19/03/2020 at 10:35 AM

ରାୟଗଡା ୧୯।୩: କୋରାନାକୁ ନେଇ ରାୟଗଡା ସହରର ବିଭିନ୍ନ ହୋଟେଲରେ ରାତିତମାମ ଚଢ଼।ଉ କରାଯାଇଛି । ମୁକବଲା କରିବା ପାଇଁ ଜିଲ୍ଲା ପ୍ରଶାସନର ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ସହରର ବ୍ୟସ୍ତବହୁଳ କପିଳାସ ଛକରେ ଥିବା ହୋଟେଲ ବାସୁଦେବ ଉପରେ ଚଢ଼।ଉ କରିଥିଲେ । ସ୍ବତନ୍ତ୍ର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଚଢ଼।ଉ କରାଯଇଥିଲା ।

ସେଠାରେ ୩ଟି କୋଠରୀରେ ୯ଜଣ ରହିଥିବା ଜାଣିବାକୁ ପାଇଥିଲେ । ତେବେ ସେମାନଙ୍କ ସହ ଡାକ୍ତର ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ କୋରନା ସମ୍ପର୍କିତ ଲକ୍ଷଣ ଉପରେ ଅନୁଧ୍ୟାନ କରିଥିଲେ । ପଚରାଉଚରା ପରେ ଏହି ୯ଜଣ କେରଳ ରାଜ୍ୟର ବିଭିନ୍ନ ହୋଟେଲରେ ରହି ବେକେରିରେ କାମ କରୁଥିବା ପ୍ରକାଶ କରିଥିଲେ ।

ବର୍ତ୍ତମାନ ଦେଶର କେରଳ ରାଜ୍ୟ ସର୍ବ।ଧିକ ସଂକ୍ରମିତ ରାଜ୍ୟରୂପେ ଗଣନା ହେଉଛି । ତେବେ ଏହି ୯ ଜଣଙ୍କଠାରେ କୋରନା ଭୂତାଣୁ ରହିଥାଇପାରେ ଏହି ସନ୍ଦେହକୁ ଦୂର କରିବା ପାଇଁ ଆସନ୍ତା ୧୪ଦିନ ପର୍ଯ୍ୟନ୍ତ ଏହି ୯ଜଣଙ୍କୁ ଆଇସୋଲେସନରେ ରଖାଯିବ । ସେମାନଙ୍କ ଉପରେ କଡା ନଜର ରଖାଯିବ ବୋଲି ସ୍ବତନ୍ତ୍ର ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରା କହିଛନ୍ତି ।

   Related Posts