ଭୟଙ୍କର ଦୁର୍ଘଟଣା- ବସ୍‌ରେ ଲାଗିଗଲା ୧୧ କେଭି ଲାଇନ୍‌, ୯ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | February 09, 2020 IST

ବ୍ରହ୍ମପୁର ୦୯।୦୨ -ମର୍ମନ୍ତୁଦ ଦୁର୍ଘଟଣା ।ବସ୍‌ରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗି ୯ ଜଣଙ୍କର ମୃତ୍ୟୁ ।୨୦ରୁ ଅଧିକ ଆହତ ।ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା-ତୁଲୁ ରାସ୍ତାରେ ଏକ ବସ୍‌ରେ ୧୧ କେଭି ବିଦ୍ୟୁତ ତାର ଲାଗି ଏହି ଅଘଟଣ ଘଟିଛି ।ବ୍ରହ୍ମପୁର ଗୋଳନ୍ଥରା ଥାନା ଡଙ୍କଲପାଟୁରୁ ସିଲକି ସିଟି ନାମକ ଏକ ଘରୋଇ ବସ ୪୦ ଜଣ ଯାତ୍ରୀଙ୍କୁ ନେଇ ଚିକରଡାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।…

{"id":222480,"sizeSlug":"large"}

ଭୟଙ୍କର ଘଟଣା ।ବସ୍‌ରେ ଲାଗିଗଲା ୧୧ କେଭି ଲାଇନ୍‌ ।ଚାହୁଁଚାହୁଁ ହଠାତ୍ ଜଳିଉଠିଥିଲା ବସ୍‌ । ତପ୍ତପାଣି ଘାଟି ବସ୍ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣାର ଦୁଇ ସପ୍ତାହ ନପୁରୁଣୁ ପୁଣି ଆଉ ଏକ ବସ୍ ଦୁର୍ଘଟଣା ଘଟି ୯ ଜଣଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ କରିଦେଇଛି ସ୍ତବ୍ଧ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଠାରୁ ୨୦ କିଲୋମିଟର ଦୂର ତୁଳୁ ରାସ୍ତାରେ । ବିଦ୍ୟୁତ୍ ତାର ଲାଗି ଅକାଳରେ ୯ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏମକେସିଜି ମେଡିକାଲରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଛି। ଡଙ୍କୁଲୁପାଡୁ ଗାଆଁରୁ ଚିକରଡା ଯାଉଥିବା ଏକ ଘରୋଇ ବସ୍‌ରେ ବିଦ୍ୟୁତ୍ ତାର ଲାଗି ଘଟିଲା ଦୁର୍ଘଟଣା। ଘରୋଇ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଏକ ଅଘଟଣ ଘଟିଥିବା କୁହାଯାଉଛି। ଖବରପାଇ ୧୦ରୁ ଅଧିକ ଆମ୍ବୁଲାନ୍ସ, ୫ରୁ ଅଧିକ ଦମକଳ ଓ ୧୦ରୁ ଅଧିକ ପୁଲିସ ଗାଡି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।  …

{"id":222481,"sizeSlug":"large"}

ବିଦ୍ୟୁତ୍ ତାର ଲାଗିବା ମାତ୍ରେ ଜଣେ ମହିଳାଙ୍କ ଚିତ୍କାର ଶୁଭିଥିଲା। ନିକଟରେ ଥିବା ଜଣେ ଦୋକାନୀ ଚିତ୍କାର ଶୁଣି ପ୍ରଥମେ ଉଦ୍ଧାର କରିବାକୁ ଚେଷ୍ଟା କରି ଆହତ ହୋଇଥିଲେ। ପରେ ଏକ ଗାମୁଛା ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ବେଳକୁ ୫ ଜଣଙ୍କର ମୃତ୍ୟୁ ହୋଇସାରିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ପରେ ବିଦ୍ୟୁତ୍ ବିଭାଗକୁ ଖବର ଦେବା ପରେ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଥିଲା। ଖବର ଶୁଣି ଘଟଣାସ୍ଥଳରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଗୁରୁତରଙ୍କୁ ପ୍ରଥମେ କେଲୁଆପଲ୍ଲୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ବଡ଼ ମେଡିକାଲ୍‌ ସ୍ଥାନାନ୍ତରିତ କରାଯାଇଛି। ପରେ କେତେକଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।…

{"id":222482,"sizeSlug":"large"}

ବସ୍‌ରେ ୪୦ରୁ ଅଧିକା ଯାତ୍ରୀ ଥିବା କୁହାଯାଉଛି। ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ୧୩ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଗୁରୁତରଙ୍କୁ ଆବଶ୍ୟକ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଏମ୍.କେ.ସି.ଜି ମେଡିକାଲ୍ କଲେଜ ଅଧ୍ୟକ୍ଷ ରାଧାମାଧବ ତ୍ରିପାଠୀ କହିଛନ୍ତି। ଏହି ଦୁର୍ଘଟଣା ପରେ ଏମ୍.କେ.ସି.ଜି ମେଡିକାଲ୍ ଲୋକାରଣ୍ୟ ହୋଇଯାଇଥିଲା। କାନ୍ଦ ବୋବାଳିରେ ମେଡିକାଲ୍ ପରିସର ଫାଟି ପଡିଥିଲା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିକିଟି ବିଧାୟିକା ଉଷା ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ମେଡିକାଲ୍‌ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।…

{"id":222483,"sizeSlug":"large"}

ଏହି ଘଟଣାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।ଆହତ ମାନଙ୍କର ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।….

 ଏହି ଦୁର୍ଘଟଣା ରାଜ୍ୟରେ ସୁରକ୍ଷିତ ବସ୍‌ ଯାତ୍ରା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.