ଜାମ୍ମୁ-କାଶ୍ମୀର ଲଗାତର ଦୁଇଟି ବିସ୍ଫୋରଣ: ୯ ଆହତ, କ୍ଷତିପୂରଣ ଘୋଷଣା କଲେ ଉପରାଜ୍ୟପାଳ
21/01/2023 at 6:09 PM

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଲଗାତର ଦୁଇଟି ବିସ୍ଫୋରଣରେ ୯ ଜଣ ଆହତ ହୋଇଛନ୍ତି। ଶନିବାର ଜମ୍ମୁର ନରୱାଲ୍ ଏରିଆରେ ୩୦ ମିନିଟ୍ ବ୍ୟବଧାରନରେ ଦୁଇଟି ବଡ଼ ବିସ୍ଫୋରଣ ହୋଇଛି। ପ୍ରଥମ ବିସ୍ଫୋରଣ ଦିନ ୧୧ଟାରେ ହୋଇଥିବା ବେଳେ ଏଥିରେ ୫ ଜଣ ଆହତ ହୋଇଛନ୍ତି।
ସେହିପରି ଏହାର ଅଧଘଣ୍ଟା ପରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା। ମିଲିଥିବା ସୂଚନା ଅନୁସାରେ ପ୍ରଥମ ବ୍ଲାଷ୍ଟରେ ମହିନ୍ଦାର ବୋଲେରୋ ଗାଡ଼ି ବ୍ୟବହାର କରାଯାଇଥିଲା। ବିସ୍ଫୋରଣ ପରେ ଉକ୍ତ ଏରିଆକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି।
ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ସୁହେଲ ଇକବାଲ(୩୫), ସୁଶୀଲ କୁମାର(୨୬), ବିଶବ ପ୍ରତାପ(୨୫), ବିନୋଦ କୁମାର(୫୨) ଅରୁଣ କୁମାର, ଅମିତ କୁମାର(୪୦) ଓ ୩୫ ବର୍ଷୀୟ ରାଜେଶ କୁମାର।
ଖବର ପଢ଼ନ୍ତୁ-ବିହାର ସବ୍ଜିବାଗ୍ରେ ଚାଞ୍ଚଲ୍ୟ, ଗାଏବ୍ ହୋଇଗଲା ୨୯ ଫୁଟ୍ ମୋବାଇଲ୍ ଟାୱାର, କମ୍ପାନୀ ପାଖରେ ନାହିଁ ସୂଚନା
ଉଦ୍ଧାମପୁରରେ ହୋଇଥିବା ବିସ୍ଫୋରଣ ଭଳି ଏହି ବିସ୍ଫୋରଣ ହୋଇଛି। ଆକ୍ରମଣର ତରିକାରୁ ଏହା ଲସ୍କର ତୋଇବାର କାର୍ଯ୍ୟକଳାପ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉପରାଜ୍ୟପାଳ ସୁରକ୍ଷା କର୍ମୀଙ୍କୁ କହିଛନ୍ତି “ ଏଭଳି ଘୃଣ୍ୟ ଓ ଭିରୁ ଆକ୍ରମଣ ଦାୟିତ୍ୱସମ୍ପନ୍ନ ଲୋକଙ୍କୁ ନିରାଶ କରୁଛି। ଅପରାଧିକୁ ଦଣ୍ଡିତ କରିବାରେ କୌଣସି ସାଲିସ୍ କରାଯିବ ନାହିଁ। ” ଯେଉଁମାନେ ଏହି ଆକ୍ରମଣରେ ଆହତ ହୋଇଛନ୍ତି ସେମାନଙ୍କ ପାଇଁ ୫୦ ହଜାର ସହାୟତା ରାଶି ଘୋଷଣା କରାଯାଇଛି।