scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦାରିଙ୍ଗବାଡିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ୯ଜଣଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ; ପ୍ରଧାନ ଶିକ୍ଷୟତ୍ରୀ ରାଧାରାଣୀ ଦଳେଇ ନିଲମ୍ବିତ

13/01/2019 at 4:02 PM

ଦାରିଙ୍ଗବାଡି ୧୩/୧ : ଦାରିଙ୍ଗବାଡି ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାରେ ବିଦ୍ୟାଳୟର ୯ଜଣ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ୫ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବାବେଳେ ୪ଜଣଙ୍କୁ ନିଲମ୍ବିତ କରାଯାଇଛି | ଚିକିରିରୁ ବହିଷ୍କାର ହୋଇଥିବା ୫ଜଣଙ୍କ ମଧ୍ୟରେ ୨ଜଣ ମେଟ୍ରନ, ଜଣେ ଏଏନଏମ ଏବଂ ଦୁଇଜଣ ଆଟେଣ୍ଡଣ୍ଟ କମ କ୍ଲାର୍କ ରହିଛନ୍ତି | ସେହିଭଳି ପ୍ରଧାନ ଶିକ୍ଷୟତ୍ରୀ ରାଧାରାଣୀ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି | ସେହିଭଳି ୩ଜଣ ମହିଳା ସୁପରିଟେଣ୍ଡେଣ୍ଟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି |

ନ୍ୟୁଜ ୭ ଖବର ପ୍ରସାରଣ ପରେ ଆକ୍ସନ ନେଲେ ମନ୍ତ୍ରୀ | ଘଟଣାକୁ ନେଇ ତଦନ୍ତ ନିର୍ଦେଶ ଦେଇଥିଲେ ମନ୍ତ୍ରୀ ରମେଶ ମାଝୀ | କନ୍ଧମାଳ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ ରମେଶ ମାଝୀ |
ସେପଟେ ଅଭିଯୁକ୍ତ ଶ୍ରବଣ କୁମାର ପ୍ରଧାନକୁ ଦାରିଙ୍ଗବାଡି ଥାନାରେ ଅଟକ ରଖିଛି ପୋଲିସ | ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ | ଅଭିଯୁକ୍ତ ଶ୍ରବଣ କୁମାର ଦାରିଙ୍ଗବାଡି କଲେଜର ଛାତ୍ର | ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି | ପୀଡିତା ଛାତ୍ରୀଙ୍କୁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରୁଛି |

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗ୍ରୀନବାଡି ଆବାସିକ ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି | ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି | ଜିଲ୍ଲା ମଙ୍ଗଳ ବିଭାଗ ପରିଚାଳନା କରୁଥିବା ଏହି ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି | ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ଯୋଗାଯୋଗ ନହୋଇପାରିବାରୁ ଉତ୍ୟକ୍ତ ଲୋକେ ହଷ୍ଟେଲ ଭିତରକୁ ଧସେଇ ପଶିଥିଲେ |

ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ସ୍କୁଲ ଭିତରେ ପୋଲିସ ମୁତୟନ କରାଯାଇଛି | ତେବେ ଏଠାରେ ପ୍ରଶ୍ନ ଉଠୁଛି ଜଣେ ନାବାଳିକା ଏଭଳି ଲଜ୍ଜାର ଶିକାର କେମିତି ହେଲେ ? ଏଥିପାଇଁ ଦାୟୀ କିଏ ? ଏତେ ଦିନ ଯାଏଁ ହଷ୍ଟେଲ; ୱାଡେନ ଜାଣିପାରିଲେଣି କିପରି ? ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ପାଇଁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଅଛି କି ? ନାବାଳିକା ଶିଶୁ କନ୍ୟାକୁ ଜନ୍ମ ଦେବାପରେ ଏହିସବୁ ପ୍ରଶ୍ନ ସୃଷ୍ଟି ହୋଇଛି | ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଆବାସିକରେ ସ୍କୁଲରେ ଏଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି |

   Related Posts