ସାନିଟାଇଜର୍ ପିଇ ୯ ମୃତ: ମଦ ବଦଳରେ କୋଲ୍ଡ ଡ୍ରିଙ୍କସରେ ମିଶାଇ ୧୦ ଦିନ ଧରି ପିଉଥିଲେ, ମୃତକଙ୍କ ମଧ୍ୟରେ ୩ ଜଣ ଭିକାରୀ

Published By : Prameya-News7 Bureau | July 31, 2020 IST

ଅମରାବତୀ. ୩୧|୦୭:  ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ସାନିଟାଇଜର ପାନ କରି ୯ଜଣ ପ୍ରାଣ ହରାଇଛନ୍ତି । ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ।

ପ୍ରକାଶମ ଜିଲ୍ଲା ଏସପି ସିଦ୍ଧାର୍ଥ କୌଶଳ କହିଛନ୍ତି ଯେ, ମୃତକମାନେ ଗତ କିଛି ଦିନ ଧରି ସାନିଟାଇଜର ପିଇ ଆସୁଥିଲେ । ଏପରିକି ଏହାକୁ ସେମାନେ ପାଣି ଓ କୋଲ୍ଡ ଡ୍ରିଙ୍କସରେ ମିଶାଇ ପାନ କରୁଥିଲେ । ତେବେ ସେମାନେ କେଉଁଠୁ ଏତେ ମାତ୍ରାରେ ସାନିଟାଇଜର ଆଣିଲେ ତାହାର ତଦନ୍ତ ଆରମ୍ଭ ହୋଇଛି । ତେବେ ସେ ଏପରି କାହିଁକି କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ । ସେମାନଙ୍କ ପରିବାର ଲୋକଙ୍କ କହିବାନୁସାରେ, ମୃତକମାନେ ଗତ ୧୦ ଦିନ ଧରି ସାନିଟାଇଜର ପିଉଥିଲେ । ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସାନିଟାଇଜରକୁ ଯାଞ୍ଚ୍ ପାଇଁ ଫରେନସିକ୍ ଲ୍ୟାବକୁ ପଠାଯାଇଛି ।

ପ୍ରକାଶମ ଜିଲ୍ଲାରେ କରୋନା ଭାଇରସ୍ ପାଇଁ ଲକଡାଉନ୍ ଜାରି ରହିଛି ।ଫଳରେ ସମସ୍ତ ମଦ ଦୋକାନ ବନ୍ଦ ରହିଛି । ଅଧିକାଂଶ ମଦ୍ୟମ ମଦ ନପାଇ ସାନିଟାଇଜର୍ ସେବନ କରୁଛନ୍ତି । ସାନିଟାଇଜର୍ ସେବନ କରି ପ୍ରଥମେ ୨ଜଣ ଭିକାରି ଗୁରୁବାର ପ୍ରାଣ ହରାଇଥିଲେ । ସେହିପରି ଆଉ ଜଣେ ଭିକାରୀ ମଧ୍ୟ ହସ୍ପିଟାଲରେ ପ୍ରାଣ ହରାଇଥିଲେ । ଏତତ୍ ବ୍ୟତୀତ ଶୁକ୍ରବାର ସକାଳେ ଅନ୍ୟ ୬ ଜଣ ପ୍ରାଣ ହରାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.