vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଂଗ୍ରେସରେ ଆଉ ଏକ ଚିଠି ବୋମା: ଦଳରୁ ବିତାଡିତ ୯ ନେତା ସୋନିଆଙ୍କୁ ଲେଖିଲେ, ‘ପରିବାର ମୋହରୁ ବାହାରନ୍ତୁ’

6/09/2020 at 3:51 PM

ନୂଆଦିଲ୍ଲୀ ୦୬/୦୯ : କଂଗ୍ରେସ ଆଉ ଏକ ଚିଠି ବୋମା ସହ ଦଳରେ ହେବାକୁଥିବା ବିସ୍ଫୋରଣ ପାଇଁ ପ୍ରସ୍ତୁତ ଅଛି | ଏଥର ମାମଲା ଉତ୍ତର ପ୍ରଦେଶରୁ ଆସିଛି | ଗତ ବର୍ଷ ଦଳରୁ ବିତାଡିତ ହୋଇଥିବା ୯ଜଣ ବରିଷ୍ଠ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି | ଚିଠିରେ କୁହାଯାଇଛି ଯେ ସେମାନଙ୍କୁ ଦଳର ଇତିହାସର ଅଂଶ ଭାବେ ରଖାନଯାଉ |

ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ ତଥା ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରି ସୋନିଆ ଗାନ୍ଧୀଙ୍କୁ ୪ ପୃଷ୍ଠା ବିଶିଷ୍ଟ ଚିଠି ଲେଖାଯାଇଛି | ଚିଠିରେ ଲେଖାଯାଇଛି, ପରିବାର ମୋହରୁ ବାହାରି ଦଳର ଗଣତାନ୍ତ୍ରିକ ପରମ୍ପରାକୁ ପୁନଃସ୍ଥାପିତ କରନ୍ତୁ |

ପୂର୍ବତନ ସାଂସଦ ସନ୍ତୋଷ ସିଂହ, ପୂର୍ବତନ ମନ୍ତ୍ରୀ ସତ୍ୟଦେବ ତ୍ରିପାଠୀ, ପୂର୍ବତନ ବିଧାୟକ ବିନୋଦ ଚୌଧୁରୀ, ଭୂଧର ନାରାୟଣ ମିଶ୍ର, ନେକଚନ୍ଦ ପାଣ୍ଡେ, ସ୍ୱୟଂ ପ୍ରକାଶ ଗୋସ୍ୱାମୀ ଏବଂ ସଂଜୀବ ସିଂହଙ୍କ ଦସ୍ତାବିଜ ପତ୍ରରେ କୁହାଯାଇଛି ଯେ ଉତ୍ତର ପ୍ରଦେଶରେ କଂଗ୍ରେସର ସ୍ଥିତି ଶୋଚନୀୟ ରହିଛି |

ଚିଠିରେ କୁହାଯାଇଛି ଯେ, “ରାଜ୍ୟ ପ୍ରଭାରୀ ଦ୍ୱାରା ବର୍ତ୍ତମାନ ସ୍ଥିତି ସହ ଆପଣଙ୍କୁ ଅବଗତ କରାଯାଉନଥିବା ଆଶଙ୍କା କରାଯାଉଛି | ପାଖାପାଖି ବର୍ଷେ ହେଲା ଆପଣଙ୍କୁ ସାକ୍ଷାତ କରିବାକୁ ଆମେ ଆପଏଣ୍ଟମେଣ୍ଟ ନେବାକୁ ପ୍ରୟାସ କରିଛି, କିନ୍ତୁ ଆମକୁ ସାକ୍ଷାତ କରିବାକୁ ମନା କରାଯାଇଛି | ଆମେ ବିତାଡିତ ବିରୋଧରେ ଅପିଲ କରିଥିଲୁ ଯାହା ଅବୈଧ ଥିଲା କିନ୍ତୁ କେନ୍ଦ୍ରୀୟ ଅନୁଶାସନ କମିଟିକୁ ମଧ୍ୟ ଆମ ଅପିଲ ଉପରେ ବିଚାର କରିବାକୁ ସମୟ ମିଳିନଥିଲା |”

କଂଗ୍ରେସର ବରିଷ୍ଠ ନେତାମାନେ ଆଗକୁ ଦାବି କରିଛନ୍ତି ଯେ, ଦଳର ପଦବୀରେ ସେହିମାନେ କବଜା କରି ବସିଛନ୍ତି ଯେଉଁମାନେ ବେତନ ଆଧାରରେ କାମ କରୁଛନ୍ତି ଏବଂ ସେମାନେ ଦଳର ପ୍ରାଥମିକ ସଦସ୍ୟ ମଧ୍ୟ ନୁହନ୍ତି | ଏହି ନେତାମାନେ ଦଳର ବିଚାରଧାରା ସହ ପରିଚିତ ନୁହନ୍ତି କିନ୍ତୁ ସେମାନଙ୍କୁ ଉତ୍ତର ପ୍ରଦେଶରେ ଦଳକୁ ଠିକ ଦିଗକୁ ନେଇଯିବା କାମ ଦିଆଯାଇଛି |

ଆଗକୁ କୁହାଯାଇଛି ଯେ, ଏମାନେ ସେହି ନେତାମାନଙ୍କ ପ୍ରଦର୍ଶନ ଆକଳନ କରୁଛନ୍ତି ଯେଉଁମାନେ ୧୯୭୭-୮୦ ସଙ୍କଟ ସମୟରେ କଂଗ୍ରେସ ସହ ପଥର ଭଳି ଛିଡା ହୋଇଥିଲେ | ଗଣତାନ୍ତ୍ରିକ ମାନଦଣ୍ଡକୁ ଉଲଙ୍ଘନ କରାଯାଉଛି ଏବଂ ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରାଯାଉଛି, ଅପମାନିତ କରାଯାଉଛି ଏବଂ ସେମାନଙ୍କୁ ଦଳରୁ ବାହାର କରାଯାଉଛି | ବାସ୍ତବରେ ଗଣମାଧ୍ୟମ ଜରିଆରେ ସେମାନେ ବିତାଡିତ ହୋଇଥିବା ଖବର ପାଇଥିଲେ ବୋଲି ଚିଠିରେ କୁହାଯାଇଛି | 

ଚିଠିରେ ଆହୁରି କୁହାଯାଇଛି ଯେ, ନେତା ଓ ଦଳର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଠିକ ଭାବେ ଯୋଗାଯୋଗ ହେଉନାହିଁ | ସେ କହିଛନ୍ତି ଉତ୍ତର ପ୍ରଦେଶରେ ଏନଏସୟୁଆଇ ଏବଂ ଯୁବ କଂଗ୍ରେସ ନିଷ୍କ୍ରିୟ ହୋଇଯାଇଛନ୍ତି | ନେତାମାନେ କଂଗ୍ରେସ ହାଇକମାଣ୍ଡଙ୍କୁ ବରିଷ୍ଠ ନେତାଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି |

ବରିଷ୍ଠ ନେତାମାନେ ଚେତାବନୀ ଦେଇଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିକୁ ଯଦି ହାଇକମାଣ୍ଡ ଆଖି ବନ୍ଦ କରିଦେବେ ତାହେଲେ ଉତ୍ତର ପ୍ରଦେଶ କଂଗ୍ରେସକୁ ବହୁତ ବଡ କ୍ଷତି ହେବ | ଯେଉଁ ଉତ୍ତର ପ୍ରଦେଶ କେବେ ଦିନେ କଂଗ୍ରେସର ଗଡ କୁହାଉଥିଲା ସେହି କଂଗ୍ରେସର ବହୁତ ବଡ କ୍ଷତି ହେବ | 

   Related Posts