scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାରହା ଫାସରେ ପଡ଼ି ଜଣଙ୍କ ମୃତ୍ୟୁ ଅଭିଯୋଗରେ ୯ ଅଭିଯୁକ୍ତ ଗିରଫ; ବେଆଇନ୍‌ ବନ୍ଧୁକ ଓ ବିଦ୍ୟୁତ୍‌ ତାର ଜବତ

12/11/2022 at 9:49 PM

ଦେବଗଡ଼ ୧୨/୧୧: ଦେବଗଡ ଜିଲ୍ଲା  ରିଆମାଳ ଥାନା ଅନ୍ତର୍ଗତ ନିଶାବିରା ଗାଁରେ ଚଳିତ ମାସ ୮ ତାରିଖରେ ବେଆଇନ ଜନ୍ତୁ ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟଣାରେ ୯ ଜଣ ଗିରଫ । ମୃତକଙ୍କ ପୁଅର ଅଭିଯୋଗ ଆଧାରରେ ଶନିବାର ରିଆମାଳ ଥାନାଧିକାରୀ ଲଳିତା ସାହୁଙ୍କ ନେତୃତ୍ୱରେ ରିଆମାଳ ପୋଲିସ ନିଶାବିରା ଓ କାଇଁସର ଗାଁରେ ଚଢ଼ଉ କରି ୯ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଅଭିଯୁକ୍ତଙ୍କ ପରିଚୟ କାଇଁସିର ଗାଁର ବିଷ୍ଣୁ ପ୍ରଧାନ, ତଂଲୁ ସାହୁ, ପ୍ରତାପ ବାଙ୍ଗରୁ କିସାନ, ତନୁ ପ୍ରଧାନ, ବିକାଶ କିସାନ, ଅର୍ଜୁନ ପ୍ରଧାନ, ମାନସ ସାହୁ, ବାବୁଲି ସାହୁ ଓ ପ୍ରମୋଦ ପ୍ରଧାନ ବୋଲି ଜଣାପଡ଼ିଛି। ଏହାସହିତ ଅଭିଯୁକ୍ତଙ୍କଠାରୁ ପୋଲିସ ବେଆଇନ ବନ୍ଧୁକ, ବିଦ୍ୟୁତ ତାର, ସୀସା ପ୍ଲେଟ,  କୁରାଢ଼ୀ, ଶିକାର ଉଦ୍ଦେଶ୍ୟରେ ବ୍ୟବହୃତ ସାମଗ୍ରୀ ଓ ମୋବାଇଲ ଫୋନ ଜବତ କରିଥିବା ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି।

ସୂଚନାଥାଉକି, ଚଳିତ ନଭେମ୍ବର ୮ତାରିଖ ଦିନ ରିଆମାଳ ଥାନା ଅନ୍ତର୍ଗତ ନିଶାବୀରା ଗାଁରେ ଏହି ଅଘଟଣ ଘଟିଥିଲା। ବାରହା ଶୀକାର ପାଇଁ ବସାଯାଇଥିବା ଫାସରେ ପଡି ସଂପୃକ୍ତ ବ୍ୟକ୍ତିଙ୍କ ଜୀବନ ଯାଇଥିଲା। ମୃତ ବ୍ୟକ୍ତି ହେଲେ ନିଶାବୀରା ଗାଁର ସ୍ବର୍ଗତ ଭଗବାନ ସାହୁଙ୍କ ପୁଅ ୪୦ ବର୍ଷ ବୟସ୍କ ଦେବ ସାହୁ। ରାତିରେ ମୃତ ଦେବ ଗାଁ ପାଖରେ ଥିବା ପହୀନାଳ କଟା ଜଙ୍ଗଲକୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ। ସକାଳେ ଜଙ୍ଗଲ ମଧ୍ୟରେ ବାରହା ଫାସରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ପରେ ରିଆମାଳ ଥାନା ଆଇଆଇସି ଲଳିତା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ।

   Related Posts