ଟ୍ରାକ୍ଟରରୁ ଖସି ଲଙ୍ଗଳରେ ପିଟି ହୋଇ ୮ବର୍ଷର ଶିଶୁ ମୃତ
7/07/2019 at 10:49 AM

କେନ୍ଦୁଝର ୭/୭: କେନ୍ଦୁଝରରେ ଘଟିଛି ଅଭାବନୀୟ ଘଟଣା। ବିଲରେ ଚାଷ ହେଉଥିବାବେଳେ ଟ୍ରାକ୍ଟରରୁ ଖସି ଲଙ୍ଗଳରେ ପିଟି ହୋଇ ୮ ବର୍ଷ ଶିଶୁର ମୃତ୍ୟୁ ଘଟିଛି।

ଝୁମ୍ପୁରା ବ୍ଲକର ବାଲିବନ୍ଦଗାରେ ଗତକାଲି ଅପରାହ୍ନରେ ବିଲରେ ଚାଷ କରୁଥିବା ଏକ ଟ୍ରାକ୍ଟରର ଚକା ଉପର ମଡଗାର୍ଡରେ ବସିଥିଲେ ସେହି ଗାଁର ଟିକିରା ମୁଣ୍ଡାଙ୍କର ୮ବର୍ଷର ପୁଅ ଅନୀଲ କୁମାର ମୁଣ୍ଡା । ହଠାତ୍ ଅନୀଲ ଟ୍ରାକ୍ଟରୁ ଖସିପଡିଥିଲେ ଓ ଟ୍ରାକ୍ଟରରେ ଲାଗିଥିବା ଲଙ୍ଗଳରେ ପିଟିହୋଇଥିଲେ । ସଙ୍ଗେ ସଙ୍ଗେ ଅନୀଲକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ହେଲେ ଡାକ୍ତର ତାଙ୍କୁ ଏଠାରେ ମୃତ ଘୋଷଣା କରିଥିଲେ ।