ଖୁସିରେ ଝୁମି ଉଠିବେ ସରକାରୀ କର୍ମଚାରୀ ! ବଜେଟ୍ରେ ୮ମ ବେତନ ଆୟୋଗ ଘୋଷଣା କରି ପାରନ୍ତି ସରକାର
28/01/2023 at 11:21 PM

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ହେବାକୁ ଆଉ ମାତ୍ର ଚାରି ଦିନ ବାକି ରହିଛି। ସମସ୍ତ ସେକ୍ଟରର ଲୋକଙ୍କୁ ଏହି ବଜେଟ୍ରେ ବହୁତ କିଛି ଆଶା ରହିଛି। ସେପଟେ ସରକାରୀ କର୍ମଚାରୀଙ୍କୁ ମଧ୍ୟ ବଜେଟ୍ରୁ ବଡ ଆଶା ରହିଛି। ସରକାରୀ କର୍ମଚାରୀ ଦୀର୍ଘ ସମୟରୁ ଅଷ୍ଟମ ବେତନ ଦାବି କରି ଆସୁଛନ୍ତି। କୁହାଯାଉଛି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ଅଷ୍ଟମ ବେତନ ଆଣିବାକୁ ଘୋଷଣା କରି ପାରନ୍ତ।
ସଂପ୍ରତି ଦେଶରେ ସପ୍ତମ ବେତନ ଜରିଆରେ ସରକାରୀ କର୍ମଚାରୀଙ୍କୁ ଦରମା ଦିଆଯାଉଛି। ଯଦି ସରକାର ଅଷ୍ଟମ ବେତନ ଆୟୋଗ ଘୋଷଣା କରନ୍ତି ତେବେ ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି ଘଟିବ। ଏମିତି ହେଲେ ନିମ୍ନସ୍ତରରୁ ଉଚ୍ଚସ୍ତର ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କ ଦରମା ବଢିବ।
କର୍ମଚାରୀଙ୍କ ପାଇଁ ବେତନ ଆୟୋଗ ପ୍ରତି ୧୦ ବର୍ଷରେ ଥରେ ଲାଗୁ କରାଯାଏ। ଏ ପର୍ଯ୍ୟନ୍ତ ପଞ୍ଚମ, ଷଷ୍ଠ ଏବଂ ସପ୍ତମ ବେତନ ଆୟୋଗ ଲାଗୁ ହୋଇଛି। ଆଶା କରାଯାଉଛି ୨୦୨୩ରେ ଅଷ୍ଟମ ଆୟୋଗ ସ୍ଥାପନ କରାଯାଇପାରେ ଏବଂ ଏହାର ସୁପାରିଶ ୨୦୨୬ରେ ଲାଗୁ କରାଯାଇପାରେ।
ସୂଚନାଯୋଗ୍ୟ, ଏଥର ସଂସଦ ଅଧିବେଶନ ୨୦୨୩ ଜାନୁଆରୀ ୧ରୁ ଆରମ୍ଭ ହେବ। ଏହି ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ଅଧିବେଶନରେ ୨୭ମ ବୈଠକ ରହିଛି ଏବଂ ଏହା ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ଚାଲିବ। ପ୍ରାୟ ଏକ ମାସର ଅବକାଶ ପରେ ବଜେଟ୍ର ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ।