previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ଆସନ୍ତାକାଲିର ରାଶିଫଳ, ବୁଧ ଓ ବୃହସ୍ପତି ପ୍ରଭାବରୁ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

7/07/2022 at 7:39 PM

ମେଷ– ଭୁଲ୍ ବୁଝାମଣା କାରଣରୁ ପରିବାରରେ ସ୍ତ୍ରୀ ଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ । ନୀଚ ଭାବରେ ଚତୁର୍ଥାଧିପତି ଚନ୍ଦ୍ର ଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ରାହୁଯୁକ୍ତ ମଙ୍ଗଳଙ୍କ ଯୋଗୁଁ ସାହସର ସହ ପ୍ରତ୍ୟେକ କାମ ପାଇଁ ଆଗଭର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ଚାଷୀ-ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ-ଧାର୍ମିକ ହେବେ ।

ବୃଷ – ପଡୋଶୀଙ୍କ ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନେ ମନରେ ବିରକ୍ତି ଭାବ ସୃଷ୍ଟି ହେବ । ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ । ମନରେ ନକାରାତ୍ମକ ଭାବନା ରହୁଥିବାରୁ କୌଣସି କାମରେ ମନ ଲାଗିବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଗୃହିଣୀ-ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଚୌର ଭୟ ଅଛି ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ମହତ ହେବ ।
ରୋଗୀ-ସତର୍କତାର ଦିନ ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

ମିଥୁନ – ପ୍ରଚଣ୍ଡ ଖରାରେ ଦୀର୍ଘପଥ ଅତିକ୍ରମ କରିବା କାରଣରୁ ସ୍ୱାସ୍ଥ୍ୟରେ ସମସ୍ୟା ପରିଲକ୍ଷିତ ହେବ । ରାଶି ପାଇଁ ଗ୍ରହସ୍ଥିିତି ବିଶେଷ ଅନୁକୂଳ ରହି ନ ଥିବାରୁ ବିଭିନ୍ନ ସମସ୍ୟା ମଧ୍ୟରେ ସମୟ କଟାଇବେ । ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ନ ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ଭାଗ୍ୟଶାଳୀ ହେବେ ।

କର୍କଟ – ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ । ଯାତ୍ରା କରିବା, ବ୍ୟବସାୟ, ବିବାଦ ଓ କିଛି ନୂତନ କାମରେ ଚିନ୍ତିତ ରହିବେ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ଜଣେ ନିକଟତମ ବ୍ୟକ୍ତି ସାହାର୍ଯ୍ୟ କରିବେ । ଶୁଭ ରଙ୍ଗୟେଲୋ । ଶୁଭ ଅଙ୍କ ୧ ।
ଗୃହିଣୀ- ପରକୁ ଆପଣାର କରିବେ ।
ବ୍ୟବସାୟୀ- ବିଜୟୀ ହେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- କୀର୍ତ୍ତିସ୍ତମ୍ବ ସ୍ଥାପନ କରିବେ ।
ରୋଗୀ- ଅଳସୁଆ ଲାଗିପାରେ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

ସିଂହ –ହଠାତ୍ ଜଣେ ବନ୍ଧୁଙ୍କ କାମରେ ଯୋଗ ଦେବା ପାଇଁ ମନ ଛଟପଟ ହେବ । ରାଶ୍ୟାଧିପ ଉଚ୍ଚାରୋହୀ ହୋଇ କର୍ମାଧିପତି ସହ ରହିଥିବାରୁ କର୍ମକ୍ଷେତ୍ରରେ ପଛକୁ ହଟିବେ ନାହିଁ । ସାମାଜିକ ସ୍ତରରେ ଅଥବା ସାହିତ୍ୟ, କଳା କ୍ଷେତ୍ରରୁ ପ୍ରଶଂସିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି-କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ-ସୁଖ ଅନୁଭବ କରିବେ ।

କନ୍ୟା –ଯାତ୍ରା ସମୟରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ । ମିତ୍ରଙ୍କ ସହ ରାଶ୍ୟାଧିପ ରହିଥିବାରୁ କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବା ସହ ସହ-ଯୋଗ, ସୁଖ ସମ୍ମାନ ମିଳିବ । ଆନୁଷ୍ଠାନିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
କର୍ମଜୀବି- କରତ୍‌କର୍ମା ହେବେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ତୁଳା –ସହମତି ଭିତ୍ତିରେ କିମ୍ବା ସ୍ତ୍ରୀ ଙ୍କ ପ୍ରେରଣା ଲାଭକରି ଉପକୃତ ହେବେ । ଆଜି ଏକତ୍ର ବୁଧ ଓ ବୃହସ୍ପତି ପ୍ରଭବାରୁ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ଅନୁରାଧା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଶୁଭ ରଙ୍ଗନାରଙ୍ଗୀ । ଶୁଭ ଅଙ୍କ ୩ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ବିଛା – ସଂଗଠନ, ଆନୁଷ୍ଠାନିକ କାମ, ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ ।ଆଜିର ପଞ୍ଚାନନ ଯୋଗ ପ୍ରଭାବରେ ଯଥା ସମୟରେ ସବୁ କିଛି ହାତକୁ ନେଇଥିବା କାମ ସମ୍ପନ୍ନ କରିପାରିବେ । ଆର୍ଥିକ ସ୍ଥିତି ମଜଭୁତ ରହିବ ଓ ନୂଆ ଯୋଜନା ହାତକୁ ନେଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ସହ-ଯୋଗୀ ବ୍ୟବସାୟ ଲାଭଜନକ ।
କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ ।
ଛାତ୍ରଛାତ୍ରୀ- ବିଚକ୍ଷଣ ବୁଦ୍ଧି ହେବ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଚାଷୀ- ଉତ୍ତମ ଫଳ ପାଇବେ ।

ଧନୁ –ପାରିବାରିକ ସମସ୍ୟା କେତେକାଂଶରେ କମି ଯାଇଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ । ଅତି ଦରକାରୀ ଜିନିଷଗୁଡିକ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବେ । ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।
ଚାଷୀ-ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ।

ମକର – ପାରିବାରିକ ପ୍ରତିରୋଧ କାମକୁ କେତେକାଂଶରେ ବିଶୃଙ୍ଖଳିତ କରିପାରେ । ନୀଚରୋହୀ ଚନ୍ଦ୍ର କାରଣରୁ ଆଜି ପାରିବାରିକ ଦୁଶ୍ଚିନ୍ତାଜନିତ ରକ୍ତଚାପ ମଧ୍ୟ ବଢିପାରେ । ଶନି ରାଶିରେ ବ୍ୟୟାଧିପଙ୍କ ସଙ୍ଗରେ ରହିଥିବାରୁ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ-ସଫଳତା ମିଳିବ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- କମନୀୟ ଶରୀର ଯୁକ୍ତ ହେବେ ।
ରୋଗୀ- ୟୋଗା କରନ୍ତୁ ।
ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

କୁମ୍ଭ – ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।ଆଜି ଯେଉଁ କାମଟିକୁ ଆରମ୍ଭ କରିବେ ତାହା ନିଶ୍ଚିତ ସଫଳତାର ଶୀର୍ଷକୁ ଛୁଇଁବ । କାହା ପାଖରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଚାଷୀ-ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି-ସହଯୋଗ ମିଳିବ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ମୀନ – ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ଭୋଗିବାକୁ ପଡିବ ।ଆଜି ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡି ଯାଇଥିବ । ବାଟରେ ବନ୍ଧୁଙ୍କୁ ଭେଟି ଯୋଜନା ପ୍ରସ୍ତୁତ କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ନୂଆ ବନ୍ଧୁ ମିଳିବେ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

   Related Posts