ଅନୁଗୋଳରେ ଟ୍ରକ୍ ଧକ୍କାରେ ୮ମ ଶ୍ରେଣୀ ଛାତ୍ର ମୃତ ; କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
5/11/2018 at 5:14 PM

ଅନୁଗୋଳ ୫|୧୧: ଟ୍ରକ୍ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ । ଅନୁଗୋଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ଗାଁ ନିକଟରେ ଏକ ବାଲି ବୋଝେଇ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ମୃତ ଛାତ୍ର ହେଉଛନ୍ତି ସାନହୁଲା ଗାଁର ୮ମ ଶ୍ରେଣୀ ଛାତ୍ର ସନ୍ତୋଷ ରାଉତ । ଛାତ୍ରଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ ଆଠମଲ୍ଲିକ-ଅନୁଗୋଳ ରାସ୍ତା ମହୁଲନାଳୀ ଛକରେ ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଲୋକ । ଘଟଣାସ୍ଥଳରେ ଠାକୁରଗଡ ଥାନା ପୋଲିସ ପହଞ୍ଚି ବାଲି ବୋଝେଇ ଟ୍ରକଟିକୁ ଅଟକ ରଖିଛି ।
Related Posts
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023