ଦୁଇ ମାସ ହେଲା ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଖୋଜ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ

Published By : Prameya-News7 Bureau | July 03, 2023 IST

କଳାହାଣ୍ଡି ୩୭: ଦୁଇ ମାସ ହେଲା ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଖୋଜ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ କଲମପୁର ଥାନା ଅନ୍ତର୍ଗତ ରଣମାଲ ଗାଁରେ ଘଟିଛି ଏଭଳି ଘଟଣା । ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ ।

{"id":811963,"width":739,"height":406,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ କଲମପୁର ଥାନା ଅନ୍ତର୍ଗତ ରଣମାଲ ଗାଁର ସୁଧୀର ଲହଜଲଙ୍କ ୧୫ବର୍ଷର ଝିଅ ଉତ୍କଲି ଲହଜଲ ଗତ ମେ’ ମାସ ୨ ତାରିଖ ରାତିରୁ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ନ ପାଇବାରୁ ମେ’ ୫ ତାରିଖରେ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ ।

{"id":811964,"sizeSlug":"large","linkDestination":"none"}

ପରିବାର ଲୋକଙ୍କ କହିବା ଅନୁସାରେ, ଠେଲକୋମୁଣ୍ଡା ଗାଁର ଦିଗାମ୍ବର କରଙ୍କ ପୁଅ ଅନୀଲ କର ତାଙ୍କ ଝିଅକୁ ଅପହରଣ କରି ନେଇ ଯାଇଥିବା ପରିବାର ଲୋକେ କଲମପୁର ଥାନାରେ ଅଭିଯୋଗ କରିଥିଲେ । କଲମପୁର ଥାନାରେ ୩୬୩ ଦଫା ଲଗାଇ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା । କିନ୍ତୁ ଘଟଣାକୁ ଦୀର୍ଘ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପୋଲିସର ହାତ ଖାଲି ପଡିଛି । ତେବେ ଛାତ୍ରୀଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଏ ନେଇ ପରିବାର ଲୋକେ ବାରମ୍ବାର ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ଅନ୍ୟପଟେ ଝିଅର ସୁରକ୍ଷା ନେଇ ପରବାର ଲୋକେ ଚିନ୍ତାରେ ପଡିଛନ୍ତି । ଫଳରେ ସୋମବାର ଦିନ ନାବାଳିକାଙ୍କ ମା’-ବାପା କଳାହାଣ୍ଡି ଏସ୍‌ପି ଅଭିଲାଷ ଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ କେବେ ଝିଅକୁ ଫେରି ପାଉଛନ୍ତି ତାହା ଦେଖିବା ବାକି ରହିଲା ।

You Can Read :

wp:embed {"url":"https://www.prameyanews7.com/body-of-unknown-man-floating-in-river-at-jagatsinghpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/body-of-unknown-man-floating-in-river-at-jagatsinghpur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.