ଏବେ ଯାଏଁ ମରିଛନ୍ତି ୮୯ ଆତଙ୍କୀ, ଆହୁରି ୨୦୦ ଅଛନ୍ତି ଆକ୍ଟିଭ୍‌

Published By : Prameya-News7 Bureau | August 01, 2021 IST

ନୂଆଦିଲ୍ଲୀ ୦୧।୦୮: ପୂର୍ବ ବର୍ଷ ତୁଳନାରେ କମିଛି ସଂଖ୍ୟା । ଏବେ ଯାଏଁ ଘାଟିରେ ମରିଛନ୍ତି ୮୯ ଆତଙ୍କବାଦୀ । ବିଭିନ୍ନ ଜାଗାରେ ଏନ୍‌କାଉଣ୍ଟରେ ସର୍ବମୋଟ ୮୯ ଆତଙ୍କବାଦୀ ନିହତ ହୋଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ସଂଖ୍ୟା କମ୍‌ ରହିଛି । କିନ୍ତୁ ନିହତ ଆତଙ୍କୀଙ୍କ ମଧ୍ୟରେ ସଂଗଠନରେ ଅନେକ ଟପ୍‌ କମାଣ୍ଡର ରହିଛନ୍ତି । ଯାହାକି ଏକ ସଫଳତା ବୋଲି ସୁରକ୍ଷା ଅଧିକାରୀମାନେ କହିଛନ୍ତି । ସେହିପରି ଏବେ ବି ୨୦୦ରୁ ଅଧିକ ଆତଙ୍କବାଦୀ ସଂକ୍ରିୟ ଅଛନ୍ତି ବୋଲି ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ରବିବାର ଦିନ ପୁଲଓ୍ୱାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଥିଲା । ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ଗୁଳିରେ ମସୁଦ ଆଜହରର ଇତି ନିକଟର କୁହାଯାଉଥିବା ଇସ୍ମାଇଲ୍‌ ଏବଂ ତାର ସାଥୀ ନିହତ ହୋଇଥିଲେ । ନିହତ ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏକ-୪୭ ରାଇଫଲ ଓ ଗୋଟିଏ ଏମ୍‌-୪ ରାଇଫଲ ମିଳିଥିଲା ।

ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ଶାସିତ ଅଞ୍ଚଳରେ ଏବେ ବି ୨୦୦ ରୁ ଅଧିକ ଆତଙ୍କାବାଦୀ ସକ୍ରିୟ ରହିଛନ୍ତି । ସୈନ୍ୟବାହିନୀ କଡ଼ା ନଜର ଲାଗି ଚଳିତ ବର୍ଷ ସୀମାରେ ବହୁ ପରିମାଣର ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି । ଆତଙ୍କବାଦୀଙ୍କୁ ନିହତ ପାଇଁ ସେନା ଏକ ଅପରେସନ ଆରମ୍ଭ କରିଛି । ଘାଟିରେ ଆତଙ୍କୀଙ୍କୁ ଖୋଜି ଖୋଜି ବାହାର କରିବା, ଏବଂ ଏନ୍‌କାଉଣ୍ଟର କରାଯିବ । ତେବେ ଘାଟିରେ ସଂକ୍ରିୟ ଥିବା ୨୦୦ରୁ ଅଧିକ ଆତଙ୍କବାଦୀଙ୍କ ନିହତ ପାଇଁ ସେନା ପ୍ଲାନ୍‌ ପ୍ରସ୍ତୁତ କରିଛି । ଖୁବଶୀଘ୍ର ସେମାନଙ୍କୁ ନିହତ କରାଯିବ ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଉତ୍ତର କାଶ୍ମୀରର ବାନ୍ଦିପୋରାର ଶୋକବାବା ସୁମଲାର-ଅରଗାମ ଅଞ୍ଚଳରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏ ସମ୍ପର୍କରେ ଜଣେ ସେନା ଅଧିକାରୀ କହିଛନ୍ତି ଯେ, ତିନି ଆତଙ୍କୀଙ୍କ ମଧ୍ୟରୁ ଦୁଇଜଣ ୨୦୧୭-୧୮ ମସିହାରେ ପାକିସ୍ତାନରୁ ଭାରତ ଆସିଥିଲେ। ତେବେ ଅନେକ ଯୁବକ ପାକିସ୍ତାନରୁ ଆତଙ୍କୀ ଟ୍ରେନିଂ ନେଇ ଭାରତକୁ ଆସୁଥିବାର ଗୁଇନ୍ଦା ସୂଚନା ମିଳିଛି । ଯାହାକି ଏକ ଚିନ୍ତାଜନକ ଖବର ବୋଲି ସେନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.