ବ୍ରହ୍ମପୁର ଆମ୍ବପୁଆ ଓ ଛତ୍ରପୁରଠାରେ ୮୮ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ
1/04/2023 at 3:08 PM

ବ୍ରହ୍ମପୁର।ଖଲ୍ଲିକୋଟ ୧।୪: ବ୍ରହ୍ମପୁର ଆମ୍ବପୁଆ ଏବଂ ଛତ୍ରପୁର ପୁଲିସ ରିଜର୍ଭ ପଡିଆଠାରେ ୮୮ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁରଠାରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଆଇଜି ସତ୍ୟବ୍ରତ ଭୋଇ ଏବଂ ଛତ୍ରପୁରଠାରେ ଜଗମୋହନ ମୀନା ଯୋଗଦେଇ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ବ୍ରହ୍ମପୁରଠାରେ ଏସପି ଡ. ଶ୍ରାବଣା ବିବେକ ଏମ ଉପସ୍ଥିତ ଥିଲେ ।

ବ୍ରହ୍ମପୁର ଏବଂ ଗଞ୍ଜାମ ପୁଲିସ ଜିଲ୍ଲାର ଶ୍ରେଷ୍ଠ ୫ ଜଣ ଇନ୍ସପେକ୍ଟରଙ୍କୁ ପୁରସ୍କୃତ କରାଯାଇଥିଲା । ବ୍ରହ୍ମପୁର ପୁଲିସ ଜିଲ୍ଲାର ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, କେ. ନୂଆଗାଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ, ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଗୋଶାଣୀନୂଆଗାଁ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ଏବଂ ମହିଳା ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳଙ୍କୁ ଶ୍ରେଷ୍ଠ ଇନ୍ସପେକ୍ଟର ଭାବେ ପୁରସ୍କୃତ କରାଯାଇଛି ।