ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍, ଭାଗ ନେଲେ ୧୧ଟି ଦେଶର ୮୮ ଖେଳାଳି

Published By : Prameya-News7 Bureau | November 03, 2024 IST

ଭୁବନେଶ୍ଵର: ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ଟେନିସ ସେଣ୍ଟରରେ ଆଜି ଠାରୁ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍। ଏହି ପ୍ରତିଯୋଗିତାରେ ୧୧ଟି ଦେଶର ୮୮ଜଣ ଖେଳାଳି ଭାଗ ନେଇଛନ୍ତି। ଆୟୋଜକ ଭାରତ ସମେତ ଜାପାନ, ଆମେରିକା, ରୁଷ, ଚେକ୍ ରିପବ୍ଲିକ, ଜର୍ମାନୀ, ୟୁକ୍ରେନ, ମୋଲ୍ଡୋଭା,ନେପାଳ ,ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ। ପ୍ରଥମ ଥର ପାଇଁ ୨୫ହଜାର USA ଡଲାର ପ୍ରତିଯୋଗିତା ଓଡ଼ିଶା ଆୟୋଜନ କରୁଛି। 


ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ସବୁ  ୭ଟା କୋର୍ଟରେ ଖେଳାଯିବ। ମୁଖ୍ୟ ଡ୍ର ର ମ୍ୟାଚ ସବୁ ୬ଟି କୋର୍ଟରେ ଖେଳାଯିବ । କ୍ରୀଡା ବିଭାଗ ଏବଂ ଓଡ଼ିଶା ଟେନିସ ଆସୋସିଏସନ୍ ମିଳିତ ସହ ଭାଗିତାରେ ଆୟୋଜନ ହେଉଛି। ଓଡିଶାରୁ ୫ଜଣ ଖେଳାଳି ଭାରତ ପାଇଁ ଖେଳୁଛନ୍ତି । ସେମାନଙ୍କ ମଧ୍ୟରେ ୩ଜଣ ଖେଳାଳି କବୀର୍ ହଂସ , ଅମୃତଜୟ  ମହାନ୍ତି ଏବଂ ପ୍ରତ୍ୟୁଷ ମହାନ୍ତି  ମୁଖ୍ୟ ଡ୍ର ରେ ଖେଳୁଥିବା ବେଳେ ଦେବାଶିଷ ସାହୁ ଆଦିତ୍ୟ ଶତପଥୀ ଯୋଗ୍ୟତା ପର୍ଯ୍ୟାୟ ରେ ଖେଲୁଚାନ୍ତି। ଓଡ଼ିଆ ଖେଳାଳିଙ୍କୁ ଆନ୍ତର୍ଜାତିକ ପ୍ଲାଟଫର୍ମ  ଯୋଗାଇ ଦେବା ଲକ୍ଷ୍ୟରେ ଆୟୋଜନ ହୋଇଛି।  ଦର୍ଶକଙ୍କ ଲାଗି ନିଶୁଳ୍କ ପ୍ରବେଶ ରହିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଟେନିସ ଆସୋସିଏସନ ପକ୍ଷ୍ୟରୁ ସୂଚନା ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.