ମେଡିକାଲ୍‌ କଲେଜ୍‌ରେ ୧୯୭ କର୍ମଚାରୀ କରୋନା ପଜିଟିଭ୍‌, ସାମିଲ୍‌ ଅଛନ୍ତି ୮୮ ଡାକ୍ତର

Published By : Prameya-News7 Bureau | January 06, 2022 IST

ଚଣ୍ଡିଗଡ଼, ୦୬/୦୧: ହରିୟାଣା ଏବଂ ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ କରୋନାର ପ୍ରକୋପ ବଢ଼ିବାରେ ଲାଗିଛି । ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସେସ୍‌ରେ ବା ପିଜିଆଇରେ ପାଖାପାଖି ୧୯୭ ଡାକ୍ତର ଏବଂ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୮୮ ଡାକ୍ତର ସାମିଲ୍‌ ରହିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଲଗାତାର ୩ ଦିନ ଧରି ୧୪୭ ଜଣ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି କୋରନାର ଦୁଇଟି ଯାକ ଡୋଜ୍‌ ନେଇସାରିଛନ୍ତି । କିନ୍ତୁ ଏଥିରେ କେବଳ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ବେଳେ ଅନ୍ୟ ମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି ।

ଚଣ୍ଡିଗଡ଼ର ଟ୍ରାଇସିଟି( ପଞ୍ଚକୁଲା- ଚଣ୍ଡିଗଡ଼- ମୋହାଲି )ରେ ବୁଧବାର କରୋନାରେ ୭୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣରେ ପିଜିଆଇର ୧୬ କର୍ମଚାରୀ ଏବଂ ଚଣ୍ଡିଗଡ଼ ଡିଏସ୍‌ପି ଡିଲସୋର ସିଂହ ମଧ୍ୟ ରହିଛନ୍ତି । ବୁଧବାର କେବଳ ମୋହାଲି ଜିଲ୍ଲାରୁ ୨୯୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୨୨୯ ଚଣ୍ଡିଗଡ଼ରୁ ଚିହ୍ନଟ ହୋଇଥିବା ବେଳେ ପଞ୍ଚକୁଲାରୁ ୨୨୧ ଜଣ କରେନାରେ ସଂକ୍ରମିତ ହୋଇଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.