AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ସଉକ ଆଗରେ ହାର୍ ମାନିଗଲା ବାଧାବିଘ୍ନ, ବ୍ରିଟେନର ସବୁଠୁ ବୟସ୍କା ସେଫ୍ ବିଦେଶରେ ପରସୁଛନ୍ତି ଗୁଜୁରାଟୀ ଖାଦ୍ୟ

20/08/2022 at 9:47 AM

ଲଣ୍ଡନ ୨୦/୦୮: ପ୍ରତ୍ୟେକ ମଣିଷ ଭିତରେ କିଛି କରିବାକୁ ଇଚ୍ଛା ଥାଏ । କିନ୍ତୁ, ବେଳେବେଳେ ବୟସ ପ୍ରତିବନ୍ଧକ ସେମାନଙ୍କୁ ସେମାନଙ୍କର ଇଚ୍ଛା ପୂରଣ କରିବାରେ ବାରଣ କରିଥାଏ । ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସମସ୍ତ ପ୍ରତିବନ୍ଧକକୁ ଭାଙ୍ଗି ଇତିହାସ କରନ୍ତି । ଭାରତୀୟ ବଂଶୋଦ୍ଭବ ଏପରି ଜଣେ ମହିଳା ବ୍ରିଟେନର ବ୍ରାଇଟନ୍ ସହରରେ ରୁହନ୍ତି ।

ଯିଏକି ୮୫ ବର୍ଷ ବୟସରେ ମଧ୍ୟ ଗୁଜୁରାଟୀ ରନ୍ଧା ଖାଦ୍ୟ ପରିବେଷଣ କରୁଛନ୍ତି । ମଞ୍ଜୁଲା ପଟେଲ ଉଗାଣ୍ଡାରୁ ଶରଣାର୍ଥୀ ଭାବରେ ବ୍ରିଟେନକୁ ଆସିଥିଲେ । ବର୍ତ୍ତମାନ ବ୍ରାଇଟ୍ନର ସର୍ବ ପୁରାତନ ରୋଷେୟା ଭାବେ ସେ ପରିଚିତ । ଦୀର୍ଘ ଦିନ ଧରି ଚଳାଇଆସୁଛନ୍ତି । ସେ ଗୁଜୁରାଟରୁ ତାଙ୍କ ରେଷ୍ଟୁରାଣ୍ଟ ପରିଦର୍ଶନ କରୁଥିବା ଲୋକଙ୍କୁ ଖୁଆଇଥାନ୍ତି ପାରମ୍ପରିକ ଶାକାହାରୀ ଖାଦ୍ୟ । ତାଙ୍କର ଡିସ୍ ବ୍ରାଇଟନ୍ ଏତେ ପ୍ରସିଦ୍ଧ ଯେ ପ୍ରତିଦିନ ବହୁ ସଂଖ୍ୟକ ଲୋକ ତାଙ୍କ ରେଷ୍ଟୁରାଣ୍ଟକୁ ଖାଇବାକୁ ଆସନ୍ତି ।
ଗୁଜୁରାଟରେ ଜନ୍ମ, କିନ୍ତୁ ପିତା-ମାତଙ୍କ ସହ ପହଞ୍ଚିଥିଲେ ଉଗାଣ୍ଡାରେ:
ବିସିସିଆଇ ରିପୋର୍ଟ ଅନୁଯାୟୀ, ମଞ୍ଜୁ ପଟେଲ ଗୁଜୁରାଟରେ ଜନ୍ମ ହୋଇଥିଲେ । ସେ ତିନି ବର୍ଷ ବୟସରେ ନିଜ ପିତାମାତାଙ୍କ ସହ ଉଗାଣ୍ଡାର ରାଜଧାନୀ କାମ୍ପାଲାକୁ ଯାଇଥିଲେ । ତାଙ୍କ ପିତା କାମ୍ପାଲାରେ ଏକ ସାଧାରଣ ଦୋକାନଟିଏ କରିଥିଲେ । ମଞ୍ଜୁ କହିଥିଲେ ଯେ ତାଙ୍କର ପିଲାଦିନର ସୁଖରେ କଟିଥିଲା । କିନ୍ତୁ ୧୩ ବର୍ଷ ବୟସରେ ପିତାଙ୍କ ହଠାତ୍ ଦେହାନ୍ତ ପରେ ସବୁକିଛି ବଦଳିଯାଇଥିଲା । ରାତାରାତି, ତାଙ୍କ ମା ଘରର ଜଣେ ମାତ୍ର ରୋଜଗାରିଆ ଥିଲେ । ଏହା ଦେଖି ଖୁବ ଭାଙ୍ଗିପଡିଥିଲେ ମଞ୍ଜୁ । ଶେଷରେ ପରିବାରର ଦାୟିତ୍ୱ ନେବାକୁ ଭିଡିଥିଲେ ଅଣ୍ଟା ।
ପିତାଙ୍କ ମୃତ୍ୟୁ ପରେ ଆରମ୍ଭ କରିଥିଲେ ଟିଫିନ୍ ସେବା:
ସେ ତାଙ୍କ ମାଙ୍କ ସାହାଯ୍ୟରେ ଅଫିସ୍ କର୍ମଚାରୀଙ୍କ ପାଇଁ ଦିନକୁ ୩୫ଟି ଟିଫିନ୍ ବକ୍ସ ତିଆରି କରି ବିକ୍ରି କରିଥିଲେ । ଏହି ଟିଫିନ୍ ବାକ୍ସଗୁଡ଼ିକରେ ରହୁଥିଲା ଲୋକପ୍ରିୟ ଭାରତୀୟ ଏବଂ ଉଗାଣ୍ଡା ଖାଦ୍ୟ । ମଞ୍ଜୁ କୁହନ୍ତି ପାରମ୍ପାରିକ ଗୁଜୁରାଟୀ ଖାଦ୍ୟ ସହିତ ମୋ ମା ଥିଲେ ଅନୁଶାସନ ପ୍ରିୟ । ତାଙ୍କର ଏକ ଅବିଶ୍ୱସନୀୟ କାର୍ଯ୍ୟଶୈଳୀ ମୁଁ ଖୁବ ପସନ୍ଦ କରେ । ମୁଁ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ ପାଳନ କରୁଛି ।

ମଞ୍ଜୁ ୧୯୬୪ ମସିହାରେ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇ ପୁଅ ଥିଲେ । ତାଙ୍କ ଜୀବନ ଠିକ୍‌ଠାକ୍ ଚାଲିଥିଲା । ହେଲେ ୧୯୭୨ରେ ମଞ୍ଜୁଙ୍କ ଜୀବନରେ ଉଠିଥିଲା ଅଶାନ୍ତିର ଝଡ । ଯେତେବେଳେ ଏକଛତ୍ରବାଦୀ ଶାସକ ଇଡି ଆମିନ ଉଗାଣ୍ଡା ଦଖଲ କଲେ । ସେହି ଦିନ, ଉଗାଣ୍ଡାର ୯୦ପ୍ରତିଶତ ବ୍ୟବସାୟ ଏସିଆନଙ୍କର ଥିଲା ।

ଟ୍ୟାକ୍ସର ଏକ ବଡ଼ ଅଂଶ ମଧ୍ୟ ସେମାନଙ୍କ ମାଧ୍ୟମରେ ସରକାରଙ୍କ ନିକଟକୁ ଯାଇଥିଲା । କିନ୍ତୁ, ଇଡି ଆମିନ ଏହି ଲୋକଙ୍କୁ ୯୦ଦିନ ମଧ୍ୟରେ ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କାରଣରୁ ୧୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ । ଅନେକ ଲୋକ ଅନ୍ୟ ଦେଶକୁ ଯିବାକୁ ବାଧ୍ୟ ହୋଇଥିଲେ।
ମଞ୍ଜୁ ୧୨ଡଲାର ଧରି ପରିବାର ସହିତ ପହଞ୍ଚିଥିଲେ ବ୍ରିଟେନରେ :
ମଞ୍ଜୁ, ତାଙ୍କ ସ୍ୱାମୀ ସେମାନଙ୍କର ଦୁଇ ଛୋଟ ପିଲାଙ୍କୁ ବ୍ରିଟେନକୁ ଯାଇଥିଲେ । ଯେଉଁଠି ରହୁଥିଲେ ତାଙ୍କ ଭାଇ । ସେତେବେଳେ ମଞ୍ଜୁଙ୍କ ସ୍ୱାମୀଙ୍କ ମୋଟ ପୁଞ୍ଜି ୧୨ଡଲାର ଥିଲା । ସେ କହିଛନ୍ତି ଯେ ବ୍ରିଟେନ ଆସିବାର ମାତ୍ର ତିନି ଦିନ ପରେ ମୁଁ ଚାକିରୀ ଖୋଜିବାକୁ ଲାଗିଲି । କାରଣ ଆମ ପାଖରେ ଟଙ୍କା ନଥିଲା । ସେ ଲଣ୍ଡନର ଏକ କାରଖାନାରେ ମେସିନ୍ ଅପରେଟର ଭାବରେ ଚାକିରି ପାଇଲେ । ଯେଉଁଠାରେ ବୈଦ୍ୟୁତିକ ପ୍ଲଗ୍ ସକେଟ୍ ତିଆରି କରାଯାଉଥିଲା । ସେ ୬୫ ବର୍ଷ ବୟସରେ ଅବସର ନେବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
ମଞ୍ଜୁଙ୍କ ସ୍ୱପ୍ନ ପୂରଣ କରିଥିଲେ ମାଆ:
ମଞ୍ଜୁଙ୍କ ସ୍ୱପ୍ନ ଥିଲା ନିଜର ରେଷ୍ଟୁରାଣ୍ଟ ଚଳାଇବା । କିନ୍ତୁ ଆର୍ଥିକ ଅବସ୍ଥା ଏହାକୁ ଅନୁମତି ଦେଇ ନଥିଲା । ଏହା ସତ୍ତ୍ୱେ ଭଲ ଭଲ ଡିସ୍ ରାନ୍ଧିବା ପ୍ରତି ମଞ୍ଜୁଙ୍କ କମିନଥିଲା ପ୍ରେମ । ପ୍ରତ୍ୟେକ ଦିନ କାମ ସରିବା ପରେ ସେ ନିଜ ପରିବାର ପାଇଁ ଗୁଜୁରାଟୀ ଡିସ୍ ପ୍ରସ୍ତୁତ କରନ୍ତି ।

ଯାହାକି ସେ ତାଙ୍କ ମାଙ୍କଠାରୁ ଶିଖିଥିଲେ । ଏଥିରେ ଭେଣ୍ଡି ଏବଂ ଆଳୁ ତରକାରୀ ଠାରୁ ଆରମ୍ଭ କରି ଥେପଲା ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୂକ୍ତ କରାଯାଇଥିଲା । ମଞ୍ଜୁଙ୍କ ପୁଅମାନେ ସବୁବେଳେ ନିଜ ମା’ଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଥିଲେ । ତେଣୁ ସେମାନେ ତାଙ୍କ ୮୦ ତମ ଜନ୍ମଦିନରେ ପାଞ୍ଚ ବର୍ଷ ପୂର୍ବେ ଖୋଲିଥିବା ରେଷ୍ଟୁରାଣ୍ଟ ନିଜ ମାତାଙ୍କୁ ଉପହାର ସ୍ୱରୂପ ଭେଟିଥିଲେ । ଯାହାକି ଥିଲା ବେଶ୍ ଆଶ୍ଚର୍ଯ୍ୟ ।

   Related Posts