ନୂଆଦିଲ୍ଲୀ ୦୪।୧୨: କୁହାଯାଏ ବୟସ ଏକ ସଂଖ୍ୟା । ଏକଥାକୁ ସତ କରି ଦେଖାଇଛନ୍ତି ଜଣେ ୮୫ ବର୍ଷିୟ ବୃଦ୍ଧା । ସେ ଏତେ ବୟସରେ ବି ବିଶ୍ବକୁ ଦେଖାଇଛନ୍ତି ନିଜର ଜଲଓ୍ବା । ସେ ଏବେ ସୋଶିଆଲ୍ ମିଡିଆରେ ଖୁବ୍ ପରିଚିତ । ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ଫଲଅର୍ସ ମଧ୍ୟ ଅଛନ୍ତି । ତାଙ୍କ ଷ୍ଟାଇଲ୍ରେ ଛୋଟଠାରୁ ବୃଦ୍ଧ ସମସ୍ତେ ଫିଦା ।
{"id":878529,"width":837,"height":471,"sizeSlug":"full","linkDestination":"none"}ଆମେ କହୁଛୁ ୮୫ ବର୍ଷିୟ ଜେଜେମାଙ୍କ କଥା । ଏହି ଜେଜେମାଙ୍କର ସୋସିଆଲ ମିଡିଆରେ ରହିଛନ୍ତି ଲକ୍ଷ ଲକ୍ଷ ପ୍ରଶଂସକ । ଜେଜେମା’ ଏବେ ‘ରୋଷେୟା ଦାଦି’ ନାମରେ ବେଶ ପରିଚିତ। ଏହି ‘ରୋଷେୟା ଦାଦୀ’ଙ୍କ ପ୍ରକୃତ ନାଁ ହେଉଛି ବିଜୟ ନିଶ୍ଚଲ୍ । ତାଙ୍କୁ ଏବେ ୮୫ ବର୍ଷ ବୟସ। ସେ ୟୁଟ୍ୟୁବରେ ରୋଷେଇର ଭିଡିଓ ସେୟାର କରିଥାନ୍ତି । ୟୁଟ୍ୟୁବରେ ତାଙ୍କର 'ଦାଦୀ କୀ ରସୋଇ' ନାଁରେ ଚ୍ୟାନେଲ୍ ରହିଛି । ସେ ମାତ୍ର ୯୦ ସେକେଣ୍ଡରେ କିପରି ରୋଷେଇ କରିହେବ ତାହା ଶିଖଉଛନ୍ତି ୟୁଟ୍ୟୁବରେ ।
{"id":878530,"sizeSlug":"full","linkDestination":"none"}ବୟସର ଅପରାହ୍ଣରେ ଯାତ୍ରା ଆରମ୍ଭ କରିଥିଲେ ବିଜୟ । ଚାହୁଁ ଚାହୁଁ ସୋସିଆଲ୍ ମିଡିଆରେ ହୋଇଯାଇଥିଲେ ଫେମସ୍ । ତାଙ୍କ ସହଜ ପ୍ରସ୍ତୁତ ରେସିପି ଏବଂ ଅନନ୍ୟ କ୍ୟାପ୍ସନ୍ ସହିତ ବିଜୟ ନିଶ୍ଚଲ୍ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି। ବିଜୟ ନିଶ୍ଚଲ ତାଙ୍କ ବାପାଙ୍କଠାରୁ ଶିଖିଥିଲେ ରୋଷେଇ । ୮୫ ବର୍ଷ ବୟସରେ ନାତି ତାଙ୍କୁ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ।
{"id":878531,"width":843,"height":472,"sizeSlug":"full","linkDestination":"none"}୮୫ ବର୍ଷିୟ ଜେଜେମାଙ୍କରର ଇନ୍ଷ୍ଟାଗ୍ରାମ୍ରେ ୮ ଲକ୍ଷ ୩୧ ହଜାରରୁ ଅଧିକ ଫଲୋର୍ସ ଅଛନ୍ତି।ବର୍ତ୍ତମାନ ଏହି ଜେଜେମା’ଙ୍କର ଗୀତରେ ନାଚିବା ଏବଂ 'ଅଣ୍ଡା ବିହୀନ କେକ୍'ର ରେସିପି ବେଶ୍ ଚର୍ଚ୍ଚାରେ ରହିଛି । ଏହି ଭିଡିଓଟି ଶେୟାର ହେବା ପରେ ଇଣ୍ଟରନେଟରେ ଭାଇରାଲ ହେଉଛି ।
{"id":878532,"width":837,"height":514,"sizeSlug":"full","linkDestination":"none"}ଭିଡିଓର କ୍ୟାପ୍ସନ୍ରେ ଲେଖା ଅଛି, “ଏଗ୍ଲେସ୍ କେକ୍ ଫିଚରିଂ ଦାଦି ଡ୍ରେକ୍… ସବୁଠାରୁ ସହଜ ଅଣ୍ଡାହୀନ କେକ୍ ରେସିପି... ନମସ୍ତେ।” ନଭେମ୍ବର ୧୭ରେ ପୋଷ୍ଟ୍ ହୋଇଥିବା ଏହି ଭିଡିଓରେ ଅନେକ ୟୁଜର୍ସ କମେଣ୍ଟ ଦେଇଛନ୍ତି । ଏହି ଭିଡିଓରେ ଜଣେ କହିଛନ୍ତି କି ସବୁଠୁ ସୁନ୍ଦର ଜେଜେମା’। ଖବର ଲେଖା ହେବା ଯାଏଁ ୧ ମିଲିୟନ୍ ଅଧିକ ଥର ଦେଖାଯାଇଛି ।
You Can Read:
wp:embed {"url":"https://www.prameyanews7.com/meet-the-youngest-indian-tattoo-collector-sidharth-gusai/","type":"wp-embed","providerNameSlug":"prameya-news-7"} /wp:embed