ଚଳିତ ମାସରେ FPIରେ ନିବେଶ ହୋଇଛି ୮,୪୦୦ କୋଟି, ଚୀନ୍‌ ଛାଡ଼ି ଭାରତ ଆଡ଼କୁ ମୁହାଁଉଛନ୍ତି ନିବେଶକ

Published By : Prameya-News7 Bureau | August 20, 2023 IST

ନୂଆଦିଲ୍ଲୀ, ୨୦/୦୮: ବିଶ୍ବ ବଜାରରେ ଅନିଶ୍ଚିତତା, ଚୀନ୍‌ରେ ଆର୍ଥିକ ସଙ୍କଟ ଏବଂ ଘରୋଇ ଅର୍ଥବ୍ୟବସ୍ଥାର ସ୍ଥିରତା ମଧ୍ୟରେ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ଭାରତୀୟ ବଜାର ଉପରେ ଭରସା ଅଧିକ ମଜଭୁତ ହୋଇଛି । ଚଳିତ ଅଗଷ୍ଟ ମାସରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI) ଏପର୍ଯ୍ୟନ୍ତ ପ୍ରାୟ ୮,୪୦୦ କୋଟି ଟଙ୍କାର ନିବେଶ କରିଛନ୍ତି ।

ତଥ୍ୟ ଅନୁଯାୟୀ, ଏଫପିଆଇ ୧-୧୮ ଅଗଷ୍ଟ ମଧ୍ୟରେ ବିଦେଶୀ ନିବେଶକ ସମୁଦାୟ ୮,୩୯୪ କୋଟି ଟଙ୍କାର ନିବେଶ କରିଛନ୍ତି । ଅବଶ୍ୟ, ଅଗଷ୍ଟ ପ୍ରଥମ ସପ୍ତାହରେ ଫିଚ୍‌ (Fich) ଦ୍ବାରା ଆମେରିକାର କ୍ରେଡିଟ୍‌ ରେଟିଂ ହ୍ରାସ ପରେ ଏଫପିଆଇ ୨ ହଜାର କୋଟି ଟଙ୍କାରୁ ଅଧିକ ପ୍ରତ୍ୟାହାର କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତୀୟ ବଜାର ଉପରେ FPIର ଭରସା ମଜଭୁତ, ଜୁନରେ ୩୦,୬୦୦ କୋଟି ଟଙ୍କା ନିବେଶ

କୋଟକ ସିକ୍ୟୁରିଟିଜ୍‌ର  ଶ୍ରୀକାନ୍ତ ଚୌହାନ କହିଛନ୍ତି ‘‘ ଚୀନ୍‌ରେ ଚାହିଦା କମ୍‌ କାରଣରୁ ବିଦେଶୀ ନିବେଶ କମିଛି ଫଳରେ ବୈଶ୍ବିକ ଆର୍ଥିକ ପରିସ୍ଥିତି ଚିନ୍ତାଜନକ ରହିଛି। ସେହିପରି ମର୍ଣ୍ଣିଂଷ୍ଟାର ଇଣ୍ଡିଆର ରିସର୍ଚ୍ଚ ପ୍ରବନ୍ଧକ- ସହାୟକ ନିର୍ଦ୍ଦେଶକ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି ‘ବୈଶ୍ବିକ ବଜାରରେ ଅନିଶ୍ଚିତତା ଏବଂ ଚୀନରେ ଆର୍ଥିକ ଚିନ୍ତା କାରଣ ଏଫପିଆଇର ଭାରତୀୟ ବଜାର ଆଡକୁ ମୁହାଁଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.