ଭୁବନେଶ୍ଵର ୦୧।୧୧: ରାଜ୍ୟରେ କରୋନାର ହଟ୍ସ୍ପଟ୍ ଭୁବନେଶ୍ଵରରେ ସଂପ୍ରତି କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି। ସଂକ୍ରମିତଙ୍କଠୁ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରେ ୮୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦେଇଛି।
wp:html/wp:htmlUpdate on newly detected #COVID19 cases in the last
— BMC (@bmcbbsr) November 1, 2020
24 hrs under the BMC area on 1st Nov (till 9am) pic.twitter.com/h9GRyT8wkq
ବିଏମସି ଅନୁଯାୟୀ ଆଜି ଆଉ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୨୦ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ସଂଖ୍ୟା ୬୩ ରହିଛି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୯,୨୩୬ରେ ପହଞ୍ଚିଛି। ଆଜିର ୨୦୧ ସୁସ୍ଥକୁ ମିଶାଇ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୨୭,୭୪୪କୁ ବୃଦ୍ଧି ଘଟିଛି। ରାଜଧାନୀରେ ମହାମାରୀଜନିତ ମୃତ୍ୟୁ ସଂଖ୍ୟା ୧୬୭ରେ ପହଞ୍ଚିଛି। ବର୍ତ୍ତମାନ ୧୩୦୪ କରୋନା ପଜିଟିଭ୍ ଚିକିତ୍ସାଧୀନ ଅଛନ୍ତି।