ଭୟଙ୍କର ପିଟ୍‌ବୁଲ୍: ଘଣ୍ଟାଏ କାଳ ଝୁଣି ଖାଇଲା ମାଲିକାଣୀଙ୍କ ମାଂସ, ଭୟରେ ପଡୋଶୀ

Published By : Prameya-News7 Bureau | July 13, 2022 IST

ଲକ୍ଷ୍ନୌ: ଯେଉଁ ମାଲିକ ପ୍ରତିଦିନ ଖାଇବାକୁ ଦେଇ ପୋଷା ମନାଇଥିଲା ଶେଷରେ ତାକୁ ହିଁ ମାରିଦେଲା ଭୟଙ୍କର ପୋଷା କୁକୁର ପିଟବୁଲ୍। ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏଭଳି ଦୁଃଖଦ ଘଟଣା ଘଟିଛି। କୁକୁରର ଆକ୍ରମଣ ଭୟରେ ପୂରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଲକ୍ଷ୍ନୌର ବଙ୍ଗାଲୀ ଟୋଲାରେ ରହୁଥିବା ୮୫ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁଶୀଳା ତ୍ରିପାଠୀ ସବୁଦିନ ପରି ମଙ୍ଗଳବାର ସକାଳେ ବି ତାଙ୍କର ଦୁଇଟି ପୋଷା କୁକୁର ପିଟ୍‌ ବୁଲ୍ ଓ ଲାବ୍ରୋଡରକୁ ଛାତ ଉପରେ ବୁଲାଇ ନେଇଯାଇଥିଲେ। ଏହିସମୟରେ ପିଟ୍‌ ବୁଲ୍‌ର ଚେନ୍ ଖୋଲିଯିବାରୁ ସେ ହଠାତ୍ ସୁଶୀଳାଙ୍କ ଉପରେ ଆକ୍ରମଣ କରିଥିଲା। ପାଟି ଶୁଣି ପଡ଼ୋଶୀ ଧାଇଁ ଆସି ସୁଶୀଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କୁକୁର ଉପରକୁ ଟେକାପଥର ଫିଙ୍ଗିଥିଲେ। ହେଲେ ତଥାପି କୁକୁର ସୁଶୀଳାଙ୍କୁ ଛାଡ଼ି ନଥିଲା।

ପ୍ରାୟ ଘଣ୍ଟାଏ କାଳ ପୋଷା ପିଟ୍‌ବୁଲ୍ ସୁଶୀଳାଙ୍କୁ ଝୁଣି ପକାଇଥିଲା। ଏହାପରେ ଘର ଭିତରୁକ ଟାଣି ନେଇଥିଲା। ପଡ଼ୋଶୀଙ୍କ କହିବା କଥା ହେଲା ସୁଶୀଳାଙ୍କ ମାଂସ ବାହାରିଆସିଥିଲା। ପିଟ୍‌ ବୁଲ୍‌ ସୁଶୀଳାଙ୍କ ମାଂସ ଖାଇଛି ବୋଲି ପଡ଼ୋଶୀ କହିଛନ୍ତି।

ସୁଶୀଳାଙ୍କ ପୁଅ ଅମିତ ତ୍ରିପାଠୀ ଜଣେ ଜିମ୍ ଟ୍ରେନରେ। ସେ ଜିମ୍ ସେଣ୍ଟର ଚଳାନ୍ତି। ସେ ଘରେ ନଥିବା ବେଳେ ତାଙ୍କ ପୋଷା କୁକୁର ସୁଶୀଳଙ୍କ ଉପରେ ଆଟାକ କରିଥିଲା। ପରେ ପଡ଼ିଶା ଲୋକଙ୍କ ଠାରୁ ଖବର ପାଇଁ ଅମିତ ଘରେ ପହଞ୍ଚି ମାଆଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସୁଶଳୀଙ୍କର ମୃତ୍ୟୁ ହୋଇସାରିଥିଲା।

ଘଟଣାରେ ଉକ୍ତ ଅଞ୍ଚଳରେ  ଭୟର ବାତାବାରଣ ଖେଳିଯାଇଥିବା ବେଳେ ପଡୋଶୀମାନେ ପ୍ରଶାସନକୁ କିଛି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଅନୁରୋଧ କରିଛନ୍ତି। ଘଟଣାରେ ଲକ୍ଷ୍ନୌର ନଗର ନିମଗ ଅଧିକାରୀ ଅରବିନ୍ଦ ରାୱ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଲାଇସେନ୍ସ ନଥିଲେ କୁକୁର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ। ଯଦି ଲାଇସେନ୍ସ ନାହିଁ ତେବେ କୁକୁରକୁ ଜବତ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.