ବିବାହ କରିବାକୁ ପସନ୍ଦ କରୁ ନାହାନ୍ତି ଭାରତୀୟ ମହିଳା: ୮୧ ପ୍ରତିଶତ କହିଲେ ଏକା ରହିବାକୁ ପସନ୍ଦ କରନ୍ତି

Published By : Prameya-News7 Bureau | January 08, 2023 IST

ନୂଆଦିଲ୍ଲୀ: ବିବାହ ପ୍ରତି ଇଚ୍ଛା ପ୍ରକାଶ କରୁ ନାହାନ୍ତି ଭାରତୀୟ ମହିଳା। ବିବାହ ହେବା ଅପେକ୍ଷା ଏମାନେ ଏକା ରହିବାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଏକ ଗବେଷଣା ରିପୋର୍ଟରେ କୁହାଯାଇଛି।

କାରଣ ବାହାଘର ହେଲେ ସାମାଜିକ ଓ ପାରିବାରକ ନିର୍ଭରତା ଓ ଆଶା ବଢ଼ିଯିବ। ଫଳରେ ଅଯଥା ଚିନ୍ତା ନେବାକୁ ପଡ଼ିବ ବୋଲି ଭାରତୀୟ ଅବିବାହିତ ମହିଳାମାନେ ଭାବୁଛନ୍ତି। ଡେଟିଂ ଆପ୍‌ ‘ବମ୍ବ୍‌ଲି’ ଆପ ପକ୍ଷରୁ ଏହି ଗବେଷଣା କରିଥିଲା।

ଏଥିରେ ଜଣାପଡ଼ିଥିଲା ଯେ ଡେଟିଂ କରୁଥିବା ମହିଳାଙ୍କ ମଧ୍ୟରେ ପ୍ରତି ୫ ଜଣ ମହିଳାରୁ ୨ ମହିଳାଙ୍କୁ ଅର୍ଥାତ ୩୯ ପ୍ରତିଶତ ମହିଳା ପରିବାର ଲୋକ ବାହାଘର ପାଇଁ ବାଧ୍ୟ କରନ୍ତି। ହେଲେ ସେମାନଙ୍କର ଇଚ୍ଛା ପଚାରିବାରୁ ବାହାଘରକୁ ସେ ଏକ ଦୀର୍ଘକାଳୀନ ବନ୍ଦୀ ହୋଇ ରହିବାର ବାଧ୍ୟବାଧକତା ବୋଲି ମାନୁଛନ୍ତି। ତେବେ ଏକୁଟିଆ ରହିବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ସମାଜ ଅନ୍ୟ ନଜର ଦେଖିବା ଆରମ୍ଭ କରିଦେଉଛି। ନାନା କଥା ଶୁଣିବାକୁ ପଡ଼ୁଛି। ତେଣୁ ଏସବୁ ଦେଖିବାକୁ ପଡୁଛି ବୋଲି ସେମାନେ କହିଛନ୍ତି।

ବମ୍ବଲେର ରିପୋର୍ଟ ଅନୁସାରେ ମହିଳାମାନେ ବିବାହ କରିବା ପୂର୍ବରୁ ସିଙ୍ଗଲ ରହିବାକୁ ଅଧିକ ପସନ୍ଦ କରୁଛନ୍ତି। କାରଣ ସେମାନେ ତାଙ୍କର ଆବଶ୍ୟକତା ସହ ବୁଝାମଣା କରିବାକୁ ଚାହୁଁ ନାହାନ୍ତି। ଗବେଷଣା ଅନୁସାରେ, ୮୧ ପ୍ରତିଶତ ମହିଳାଙ୍କ କହିବା କଥା ହେଲା ଅବିବାହିତ ରହି ସେମାନେ ଅଧିକ ସହଜ ଅନୁଭବ କରୁଛନ୍ତି। ଡେଟିଂ କରୁଥିବା ୬୩ ପ୍ରତିଶତ ମହିଳାଙ୍କ ମତ ଅନୁସାରେ ସେମାନେ ନିଜର ପ୍ରାଥମିକତା ସହ ସାଲିସ କରିପାରିବି ନାହିଁ। ୮୩ ପ୍ରତିଶତ ମହିଳାଙ୍କ କହିବା କଥା ହେଲା ଯେପର୍ଯ୍ୟନ୍ତ ତାଙ୍କୁ ଜଣେ ଭଲ ପାର୍ଟନର ମିଳି ନାହିଁ ସେ ପର୍ଯ୍ୟନ୍ତ ସେମାନେ ଭଲ ଜୀବନ ସାଥି ଖୋଜିବା ଜାରି ରଖିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.