କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ଆଉ ୮୦୨ ସଂକ୍ରମିତ
28/11/2020 at 8:38 PM

ଭୁବନେଶ୍ଵର ୨୮।୧୧: ରାଜ୍ୟରେ କରୋନା ସଂକ୍ରମର ପ୍ରଭାବ କମିବାରେ ଲାଗିଛି। ପୂର୍ବ ପରି ଲୋକଙ୍କ ମନରେ କରୋନାକୁ ନେଇ ସେତେଟା ଭୟ ମଧ୍ୟ ଦେଖାଯାଉନି। ଲୋକଙ୍କ ମଧ୍ୟରେ ଆଶ୍ଵସ୍ତିର ମାହୋଲ ଥିଲେ ମଧ୍ୟ ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ତେଣୁ କରୋନା ଭୟ ଦୂର ହେଉନାହିଁ। ସଂପ୍ରତି ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୨ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୧୦,୫୪୯ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଶନିବାର ଏହାର ସୂଚନା ଦିଆଯାଇଛି।
Another 802 Covid patients have recovered and are being discharged on 28.11.2020
— H & FW Dept Odisha (@HFWOdisha) November 28, 2020
104 from Khordha
80 from Sundargarh
70 from Cuttack
56 from Mayurbhanj
51 from Jagatsinghpur
49 from Nuapada
43 from Anugul
32 from Kendrapara
29 from Bolangir
27 from Puri
26 from Koraput
ବିଭାଗ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୦୪ ସୁସ୍ଥତା ଲାଭ କରିଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ୮୦, କଟକରୁ ୭୦, ମୟୂରଭଞ୍ଜରୁ ୫୬, ଜଗତିସଂହପୁରରୁ ୫୧, ନୂଆପଡାରୁ ୪୯, ଅନୁଗୁଳରୁ ୪୩, କେନ୍ଦ୍ରାପଡାରୁ ୩୨, ବଲାଙ୍ଗୀରରୁ ୨୯, ପୁରୀରୁ ୨୭, କୋରାପୁଟରୁ ୨୬, ଯାଜପୁରରୁ ୨୫, କେନ୍ଦୁଝରରୁ ୨୨, ବରଗଡରୁ ୨୧, ଭଦ୍ରକରୁ ୨୦, କଳାହାଣ୍ଡିରୁ ୨୦, ସମ୍ବଲପୁରରୁ ୧୯, ବାଲେଶ୍ଵରରୁ ୧୫, ଝାରସୁଗୁଡାରୁ ୧୧, ମାଲକାନଗିରିରୁ ୧୧, ଗଞ୍ଜାମରୁ ୧୦, ନବରଙ୍ଗପୁରରୁ ୧୦, ଢେଙ୍କାନାଳରୁ ୮, ନୟାଗଡରୁ ୭, କନ୍ଧମାଳରୁ ୬, ରାୟଗଡାରୁ ୩, ଦେବଗଡରୁ ୨ ଓ ଗଜପତିରୁ ୨ ଜଣ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
2 from Gajapati
— H & FW Dept Odisha (@HFWOdisha) November 28, 2020
23 from State Pool
The total recovered cases of Odisha now stand at 310549
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୫୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୭୭୮୯କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୧୨ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୭୩୦ରେ ପହଞ୍ଚିଛି।