କେନ୍ଦୁଝରରେ କଳା ପଲସର ଆତଙ୍କ: ଝାମ୍ପିନେଲେ ୮୦ହଜାର ଟଙ୍କା
5/11/2018 at 11:30 AM

କେନ୍ଦୁଝର ୫/୧୧: କେନ୍ଦୁଝରରେ କଳା ପଲସରର ଆତଙ୍କ ଦେଖାଦେଇଛି।ଏହି ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କଠାରୁ ୮୦ହଜାର ଟଙ୍କା ଝାମ୍ପିନେଇଛନ୍ତି। ନରଣପୁର ନିକଟରୁ ଟଙ୍କା ଲୁଟି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।ନରଣପୁରର ଏହି ବ୍ୟବସାୟୀଙ୍କ ନାଁ ଉତ୍ତମ ସାହୁ। ନିଜ ଘରୁ ଦୋକାନକୁ ଆସୁଥିବା ବେଳେ ଲୁଟ୍ ହୋଇଥିଲା। ପଲସରରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଲେ ୨ ଦୁର୍ବୃତ୍ତ। ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ପୋଲିସ୍ ମଧ୍ୟ ତଦନ୍ତ ଚଳାଇଛି।