ନୂଆପଡାରୁ ଟାଟା ଏସି ଗାଡି ସହ ୮ ହଜାରରୁ ଅଧିକ କଫ୍ ସିରଫ ବୋତଲ ଜବତ

Published By : Prameya-News7 Bureau | January 23, 2020 IST

ନୂଆପଡ଼ା ୨୩/୧: କଫ୍ ସିରଫ ସ୍ଲୋ ପଏଜନ ନାମରେ ଷ୍ଟିଙ୍ଗ ଅପରେସନ କରିଥିଲା ନ୍ୟୁଜ୭। ସେହି ଦିନଠାରୁ ନୂଆପଡା ପୋଲିସ ଆକ୍ସନ ମୋଡରେ ଆସି ନୂଆପଡାରେ କିଭଳି କଫ ସିରଫ ବେପାର ବନ୍ଦ କରିବ ସେନେଇ ଲାଗି ପଡିଛି । ପୂର୍ବରୁ ସାତ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ବହୁ ପରିମାଣରେ କଫ ସିରଫ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରିଛି ନୂଆପଡା ପୋଲିସ ।

{"id":214928,"sizeSlug":"large"}

ଔଷଧକୁ କିଭଳି ଭାବରେ ନିଶା ରୂପରେ ବ୍ୟବହାର କରି ଆଜିର ଯୁବପିଢି ପଥଭ୍ରଷ୍ଟ ହେଉଛନ୍ତି ସେ ନେଇ ଏକ ଦାୟିତ୍ବ ସମ୍ପର୍ନ୍ନ ଗଣମାଧ୍ୟମ ହିସାବରେ ସିରଫ ସ୍ଲୋ ପଏଜନ ନାମରେ ଷ୍ଟିଙ୍ଗ ଅପରେସନ କରିଥିଲା। ବେପାରୀଙ୍କୁ ସାବାଡ କରିବା ପାଇଁ ବାରମ୍ବାର ଖବର ପ୍ରସାରଣ ମଧ୍ୟ କରାଯାଇଥିଲା । ଯାହାପରେ ପୋଲିସ ତତ୍ପରତା ଦେଖାଇ ପୂର୍ବରୁ କିଙ୍ଗପିନ ଆବିତ ହୁସେନ ସହ ସାତ ଜଣଙ୍କୁ ଗିରଫ କରିଥିଲା । ତେବେ ସେହି ଦିନଠାରୁ ନୂଆପଡା ଜିଲ୍ଲାର ସଦର ବ୍ଲକ ଓ କୋମନା ବ୍ଲକ ଏହି କାରବାରର ପେଣ୍ଠସ୍ଥଳୀ ହୋଇଥିବାବେଳେ ଏସପି ବିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ନୂଆପଡା ଥାନା ଅଧିକାରୀ ଆଦିତ୍ୟ ମହାକୁଡ ଏକ ଦଳ ଗଠନ କରିବା ସହ ଦିନରାତି କୋରେକ୍ସ ବେପାରିଙ୍କୁ ଧରିବା ପାଇଁ ବିଭିର୍ନ୍ନ ସ୍ଥାନରେ ଚକ୍କର କାଟିଥିଲେ ।

{"id":214929,"sizeSlug":"large"}

କୌଣସି ସୂତ୍ରରୁ ଖବର ପାଇ ଗତକାଲି ପଡୋଶୀ ରାଜ୍ୟ ଛତିସଗଡ ରାୟପୁର ପଟୁ ସକାଳୁ ସକାଳୁ ନୂଆପଡା ଦେଇ କୋମନା ଯାଉଥିବା ଏକ ଟାଟା ଏସି ଜିପକୁ ସ୍ଥାନିୟ ସିଲଦାଠାରେ ଅଟକାଇ ମାଜିଷ୍ଟେଟ ଓ ଡ୍ରଗ ଇନସ୍ପେକ୍ଟରଙ୍କ ଉପସ୍ଥିତିରେ ତଦନ୍ତ କରିଥିଲେ । ଗାଡିରୁ ଚଉଶଠି ପେଟି ବିଭିନ୍ନ ନାମର କଫ ସିରଫ ଜବତ କରିଥିଲେ । ଯେଉଁଥିରେ ଦଶ ଲକ୍ଷ ଟଙ୍କାର ଆଠ ହଜାର ଏକସହ ତେଇଶି ବଟଲ ରହିଥିଲା । ଯେଉଁଥିରେ ଡ୍ରାଇଭର ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଚାରିଜଣ ନୂଆପଡା ବ୍ଲକ ଖରିଆର ରୋଡର ରମେଶ ସାହୁ,ପ୍ରକାଶ କୁକ୍ରେଜା ଓ କୋମନା ବ୍ଲକ କ୍ରିଷ୍ନା ଗ୍ରାମର ସଂଜୟ ଯୋଶୀ ଓ କୋମନାର ସୁମିତ କୁମାର ବୈଠାରୁ । ଏହାସହ ବାରଶହ ଟଙ୍କାର ଦୁଇଟି ମୋବାଇଲ ଫୋନ ଓ ଏସକଫ ନାମରେ ବହୁ ସଂଖ୍ୟାରେ ଷ୍ଟିକର ଜବତ କରାଯାଇଛି । ବର୍ତ୍ତମାନ ସବୁଠି ଏସକଫ କଫସିରପର ଚାହିଦା ଅଧିକ ଥିବାବେଳେ ବାହାର ରାଜ୍ୟରୁ ଅବିକଳ ଷ୍ଟିକର ତିଆରି କରି ବିଭିନ୍ନ ନାମର କଫ ସିରଫର ଷ୍ଟିକର କାଢି ଏସକଫ ନାମକ ଷ୍ଟିକରକୁ ଲଗାଉଥିଲେ । ଏନେଇ ନୂଆପଡା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ନୂଆପଡା ଏସପି ବିନିତ ଅଗ୍ରୱାଲ ।

{"id":214930,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.