ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଜାହାଜରେ ୮୦୦ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ, ଲୋକେ ଆତଙ୍କିତ

12/11/2022 at 12:42 PM

ନୂଆଦିଲ୍ଲୀ: ଜାହାଜରେ ୮୦୦ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଛି । ଜାହାଜଟିକୁ ଅଷ୍ଟ୍ରେଲିଆର ସିଡନୀରେ ଡକ୍ କରାଯାଇଛି । ବିବିସିର ରିପୋର୍ଟ ଅନୁସାରେ ନ୍ୟୁଜିଲାଣ୍ଡରୁ ଯାତ୍ରା ଆରମ୍ଭ କରିଥିବା ମାଜେଷ୍ଟିକ ପ୍ରିନ୍ସସେସ୍ କ୍ରୁ ଶିପରେ ପ୍ରାୟ ୪୬୦୦ ଯାତ୍ରୀ ଏବଂ ଚାଳକ ଥିଲେ । ଏଥିରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ । ୧୨ ଦିନରେ ଯାତ୍ରାର ଅଧା ରାସ୍ତାରେ କରୋନାରେ ଏତେ ସଂଖ୍ୟକ ମାମଲା ସାମନାକୁ ଆସିବା ଆରମ୍ଭ ହୋଇଥିଲା ।

ବହୁ ସଂଖ୍ୟାରେ କୋଭିଡ ରୋଗୀ ଚିହ୍ନଟ ହେବା ପରେ ଜାହାଜରେ ଥିବା ଅନ୍ୟ ଯାତ୍ରୀ ଆତଙ୍କିତ ହୋଇଛନ୍ତି । ପରେ ଜାହାଜର ଦିଗକୁ ମୋଡି ସିଡନୀରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଆକ୍ରାନ୍ତଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି । ଯେଉଁମାନେ କ୍ୱାରେଣ୍ଟିନ ପରିୟଡରେ ରହିବେ ସେମାନଙ୍କୁ ଜାହାଜର କର୍ମଚାରୀ ସହାୟତା ପ୍ରଦାନ କରିବେ ବୋଲି କମ୍ପାନି ଘୋଷଣା କରିଛି । ଖୁବଶୀଘ୍ର ମେଲବର୍ଣ୍ଣ ପାଇଁ ଯାତ୍ରା ଆରମ୍ଭ କରିବ ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ଆରମ୍ଭରେ ଏହି କମ୍ପାନିର ରୁବି ପ୍ରିନ୍ସସେସ କ୍ରୁଜ ଶିପରେ ୯୦୦ ଜଣଙ୍କୁ କରୋନା ହୋଇଥିଲା । ଏଥିରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ପୁଣି ୮୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

   Related Posts