୮୦୦ ଲୋକଙ୍କ ଭିଡ, ପାକିସ୍ତାନ ଜିନ୍ଦାବାଦ ନାରା ଏବଂ ବେଆଇନ ହତିଆର; ନୂହରେ କିପରି ହେଲା ଦଙ୍ଗା FIRରେ କହିଲା ପୋଲିସ
3/08/2023 at 4:38 PM

ନୂଆଦିଲ୍ଲୀ: ଏକ ବିଶେଷ ସମୁଦାୟର ପ୍ରାୟ ୮୦୦ରୁ ୯୦୦ ଲୋକଙ୍କ ଭିଡ଼ ପାକିସ୍ତାନ ଜିନ୍ଦାବାଦ ଏବଂ ଅଲ୍ଲାହ ହୁ ଅକବର ନାରା ସହ ଶିବ ମନ୍ଦିର ଆଡକୁ ବଢିଥିଲେ । ଏମାନଙ୍କ ହାତରେ ଠେଙ୍ଗା, ପଥର ଏବଂ ବେଆଇନ ହତିଆର ଥିଲା । ଏମାନଙ୍କ ଉଦ୍ଦେଶ୍ୟ ହତ୍ୟା କରିବା ଥିଲା । ନୂହ ଦଙ୍ଗାକୁ ନେଇ ପୋଲିସର ଏଫଆଇଆରରେ ଏହି ସୂଚନା ଦିଆଯାଇଛି । ପୋଲିସ ଏଫଆଇଆର ଅନୁସାରେ ଅଗଷ୍ଟ ୩୧ରେ ନୂହ ଦଙ୍ଗା ନହ୍ଲଡର ଶିବ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା । ଏଠାରେ ବ୍ରଜମଣ୍ଡଳ ଯାତ୍ରା ପାଇଁ ହିନ୍ଦୁମାନେ ଏକାଠି ହୋଇଥିଲେ । ଏହି ଦଙ୍ଗା ଏତେ ବଡ଼ ହୋଇଥିଲା ଯେ ମନ୍ଦିରରେ ପ୍ରାୟ ୨୫୦୦ ଜଣ ଫସି ରହିଥିଲେ । ପରେ ପୋଲିସ ମହିଳା ଏବଂ ଶିଶୁ ସମେତ ଅନ୍ୟମାନଙ୍କୁ ବାହାର କରିଥିଲେ ।

ପୋଲିସର କହିବା ଅନୁସାରେ ଶିବ ମନ୍ଦିର ନିକଟରେ ଥିବା ଜମିରୁ ଆକ୍ରମଣ କରାଯାଇଥିଲା । ଶହ ଶହ ଲୋକେ ମନ୍ଦିର ଉପରେ ପଥର ମାଡ଼ କରିଥିଲେ । ଏହାଛଡ଼ା ଯାତ୍ରା ଉପରେ ମଧ୍ୟ ପେଟ୍ରୋଲ ବୋମା ମାଡ଼ କରିଥିଲେ । ଯାତ୍ରାରେ ସାମିଲ ଲୋକଙ୍କ ଉପରେ ଠେଙ୍ଗାରେ ଆକ୍ରମଣ କରାଯାଇଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ ଫୋର୍ସ ଦଙ୍ଗାକାରୀଙ୍କୁ ରୋକିବା ପାଇଁ ପ୍ରୟାସ କରିଥିଲା, କିନ୍ତୁ ସେମାନେ ଅଟକି ନଥିଲେ । ଏମାନେ ବ୍ରଜମଣ୍ଡଳ ଯାତ୍ରା ଆଗକୁ ପାକିସ୍ତାନ ସମର୍ଥନ ନାରା ଲଗାଇ ବଢିଥିଲେ । ଏହି ସମୁଦାୟର ଲୋକଙ୍କ ପାଖରେ ବେଆଇନ ହତିଆର ଥିଲା । ଏହାପରେ ପୋଲିସ ଶୂନ୍ୟରେ ତିନି ରାଉଣ୍ଡ ଫାୟାରିଂ କରିଥିଲା, ପରେ ଦଙ୍ଗାକାରୀମାନେ ଗାଡିଗୁଡିକୁ ଭଙ୍ଗାରୁଜା କରିଥିଲା ଏବଂ ନିଆଁ ଲଗାଇଥିଲେ ।

ଏଫଆଇଆର ଅନୁସାରେ ଦଙ୍ଗା ସୃଷ୍ଟି କରିଥିବା ମୁଖ୍ୟ ଅଭିଯୁକ୍ତଙ୍କ ପରିଚୟ ଲୁଖମାନ, ୱାଜିଦ, ସାହିଲ ଏବଂ ଝାଖଡ ରୂପେ ହୋଇଛି । ଦଙ୍ଗାକାରୀଙ୍କ ଭିଡ ପୋଲିସ ଉପରକୁ ପେଟ୍ରୋଲ ବୋମା ମାଡ କରିଥିଲେ । ଯହାର ଜବାବରେ ଶୂନ୍ୟରେ ଫାୟାରିଂ କରାଯାଇଥିଲା ଏବଂ ଲାଠିଚାର୍ଜ କରାଯାଇଥିଲା ।
ପଢନ୍ତୁ: ହରିୟାଣା ନୂହରେ ଭଗବା ଯାତ୍ରା ଉପରେ ଆକ୍ରମଣ ଯୋଗୁଁ ସାମ୍ପ୍ରଦାୟିକ ହିଂସା, ବ୍ୟାପକ ଫୋର୍ସ ମୁତୟନ
ଦଙ୍ଗା ଏହଂ ହିଂସା ପରେ ନୂହରେ କର୍ଫ୍ୟୁ ଲାଗୁ କରାଯାଇଛି । ଇଣ୍ଟରନେଟ୍ ଅଗଷ୍ଟ ୫ ଯାଏ ବନ୍ଦ କରାଯାଇଛି । ସୋମବାର ଆରମ୍ଭ ହୋଇଥିବା ହିଂସା ଧୀରେ ଧୀରେ ଆଖପାଖ ଜିଲ୍ଲାକୁ ମଧ୍ୟ ବ୍ୟାପିଥିଲା । ବର୍ତ୍ତମାନ ସମୟରେ ନୂହରେ ବଡ଼ ସଂଖ୍ୟାରେ ଅର୍ଦ୍ଧସାମରିକ ବାହୀନି ମୁତୟନ କରାଯାଇଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧୬ ଜଣଙ୍କୁ ଗିରଫ କରାଯାଇଛି ।
Also Read: କେନ୍ଦ୍ରକୁ ସହଯୋଗ ମାଗିଲେ ହରିୟାଣା ସରକାର, ଶାନ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍