oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

୮ଶହ ଋଷ ସେନାଙ୍କୁ ମାରିଲାଣି ୟୁକ୍ରେନ୍, ୭ ଫାଇଟର୍‌ ଜେଟ୍‌ ଓ ୬ ହେଲିକପ୍ଟର ଧ୍ବସ୍ତ: ଶକ୍ତିଶାଳୀ ସେନା ସହ ଏକା ଲଢୁଛି ୟୁକ୍ରେନ୍

25/02/2022 at 9:47 AM

ନୂଆଦିଲ୍ଲୀ ୨୫/ ୦୨: ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି । ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ହାର୍‌ ନମାନି ମୈଦାନରେ ଏକାକି ଲଢୁଛି ୟୁକ୍ରେନ୍‌ । ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ ସେନାକୁ ଜବରଦସ୍ତ ଜବାବ ଦେଉଛି ଜେଲେଂସ୍କି ସେନା । ଏହାରି ମଧ୍ୟରେ ଏକ ବଡ ଖବର ଆସିଛି । ଋଷର ୮୦୦ ସୈନ୍ୟଙ୍କୁ ନିପାତ କରିଛି ୟୁକ୍ରେନ୍‌ ସେନା । ଏ ନେଇ ଦାବି କରିଛି ୟୁକ୍ରେନ୍‌ ସେନା । ଏହା ସହିତ ଋଷର ୭ଟି ଯୁଦ୍ଧ ବିମାନ ଏବଂ ୬ଟି ହେଲିକପ୍ଟରଙ୍କୁ ମଧ୍ୟ ମିସାଇଲ ମାଡ କରି ଖସାଇଦେଇଛି ୟୁକ୍ରେନ୍‌ ।

ଅନ୍ୟପଟେ ୟୁକ୍ରେନ୍‌ ର ଏକ ୯ ମହଲା ବିଲଡିଂରେ ମିସାଇଲ ମାଡ କରିଛି ଋଷିଆ । ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେଥିରେ ଅନେକ ଲୋକ ଥିବା କୁହାଯାଉଛି । ଅନେକଙ୍କ ମୃତ୍ୟୁ ଘଟିଛି । ସବୁଠାରୁ ବଡ କଥା ହେଉଛି ୟୁକ୍ରେନ୍‌ ଏକାକି ଲଢୁଛି ଏବଂ ଋଷର ୭ଶହ ସୈନ୍ୟଙ୍କୁ ହତ୍ୟା କରିଥିବା ଦାବି କରୁଛି । ଏ ନେଇ କିନ୍ତୁ ଋଷ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ । ତାଜା ସୂଚନା ଅନୁସାରେ ଋଷର ଆଉ ୨ଟି ଫାଇଟର୍‌ ଜେଟ୍‌ କୁ ମିସାଇଲ ମାଡ କରି ଖସାଇଛି ୟୁକ୍ରେନ୍‌ ।

   Related Posts