ଭାରତରେ ୮୦୦କୋଟି ଟଙ୍କାର ପ୍ରାସାଦ, ସ୍ବିଜରଲାଣ୍ଡରେ ୩୩ କୋଟି ଟଙ୍କାର ବଙ୍ଗଳା, ୧୧ ବିଲିୟନ କୋଟି ଟଙ୍କାର ମାଲିକ ହେଉଛନ୍ତି ଏହି ବଲିଉଡ ଅଭିନେତା… ଦେଖନ୍ତୁ ଫଟୋ
14/10/2019 at 2:33 PM

ମୁମ୍ବାଇ୧୪|୧୦: ସାଧାରଣତଃ ଫିଲ୍ମି ଦୁନିଆର ଷ୍ଟାରଙ୍କ ଲାଇଫଷ୍ଟାଇଲ ବେଶ ଆକର୍ଷଣୀୟ ହୋଇଥାଏ। ସେହିଭଳି ବଲିଉଡର ପ୍ରସିଦ୍ଧ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଲାଇଫଷ୍ଟାଇଲ ମଧ୍ୟ ଖୁବ ସମ୍ଭ୍ରାନ୍ତୀୟ। ସେ ସୈଫ ଅଲ୍ଲୀ ନବାବ ନାଁରେ ପରିଚିତ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ନବାବ ସୈଫ। ତାଙ୍କ ଲାଇଫଷ୍ଟାଇଲ ଦେଖି ଅନେକ ଆଚମ୍ବିତ ହୁଅନ୍ତି। ସୈଫ ନିଜ ପରିବାର ସହ ବେଶ ଲଗଜରୀ ଲାଇଫ ବଞ୍ଚନ୍ତି ।

ବର୍ତ୍ତମାନ ସୈଫ ପାଖାପାଖି ୧୧୦୦ କୋଟି ଟଙ୍କାର ମାଲିକ। ପ୍ରତି ବର୍ଷ ସୈଫ ୫୫ କୋଟି ଟଙ୍କା ଆୟ କରନ୍ତି। ସୈଫଙ୍କ ପଟୌଦି ପାଲେସର ମୂଲ୍ୟ ୮ କୋଟି ଟଙ୍କା। ଏହି ପାଲେସ ଭାରତର ହରିୟାଣା ସ୍ଥିତ ଗୁରୁଗ୍ରାମରେ ରହିଛି। ଏହା ବ୍ୟତୀତ ସ୍ବିଜରଲାଣ୍ଡରେ ତାଙ୍କର ପାଖାପାଖି ୩୩ କୋଟି ଟଙ୍କାର ବଙ୍ଗଳା ଅଛି। ନବାବଙ୍କ ବଂଶରେ ଜନ୍ମିଥିବା ସୈଫଙ୍କ ବାପା ମଂସୁର ଅଲ୍ଲୀ ଖାନ ପଟୌଦି ଭାରତୀୟ କ୍ରିକେଟ ଟିମ୍ର ଖେଳାଳୀ ଥିଲେ। ଭୋପାଲରେ ରାଜ କରୁଥିଲେ ମଂସୁର ଅଲ୍ଲୀ।

ସୈଫ ଅଲ୍ଲୀ ଖାନଙ୍କ ପାଖରେ ଏକୁଆରେକ ବଳି ମହଙ୍ଗା, ଷ୍ଟାଇଲିସ କାର ଓ ବାଇକ ଅଛି। ସୈଫଙ୍କ ପାଖରେ ୯.୩୨ ଲକ୍ଷ ଟଙ୍କାର Harley Davidson Iron 883 ବାଇକ ଅଛି।

ସୈଫ ଅଲ୍ଲୀ ଖାନ କରୀନା କପୁରଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ପୁଅ ତୈମୁର ସୋସିଆଲ ମିଡିଆରେ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। ଝିଅ ସାରା ଅଲ୍ଲୀ ଖାନ ବଲିଉଡରେ ଏବେ ରାଜ କରିବା ଆରମ୍ଭ କରିଛନ୍ତି ।