ମୋଦୀ ସରକାରରେ କାଶ୍ମୀରରେ ୮୦ ପ୍ରତିଶତ ହିଂସା କମିଛି: ଅମିତ ଶାହ

Published By : Prameya-News7 Bureau | February 19, 2023 IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମୟରେ କାଶ୍ମୀରରେ ୮୦ ପ୍ରତିଶତ ହିଂସା କମିଛି। ଉତ୍ତର-ପୂର୍ବାଞ୍ଚଳରେ ଉଗ୍ରବାଦ ଓ ବାମପନ୍ଥି ଉଗ୍ରପନ୍ଥିଙ୍କ ପ୍ରାଦୂର୍ଭାବ କମିଛି। ଶନିବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମହାରାଷ୍ଟ୍ର ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ଗୃହମନ୍ତ୍ରୀ।    

ଏହା ପୂର୍ବରୁ ରବିବାର ପୁଣେ ଗସ୍ତ କରି ଜାମ୍ମୁ-କାଶ୍ମୀର ସହିଦ ହୋଇଥିବା ଯବାନଙ୍କର ପିଲାମାନଙ୍କୁ ଭେଟିଥିଲେ ଗୃହମନ୍ତ୍ରୀ ଅମିତ ଶାହ। ସେମାନଙ୍କ ସହ ଆଲୋଚନା କରିବା ସହ ଭଲମନ୍ଦ ପଚାରି ବୁଝିଥିଲେ।
ଏହାପରେ ସେଠାରୁ ନାଗପୁର ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ବୋଧନ କରି ଶାହ କହିଛନ୍ତି "ମୋଦୀ ସରକାର ସମୟରେ କାଶ୍ମୀରେ ୮୦ ପ୍ରତିଶତ ହିଂସା କମ ହୋଇଛି। ସେହିପରି ଉତ୍ତରପୂର୍ବାଞ୍ଚଳରେ ବିଦ୍ରୋହ ଓ ବାମପନ୍ଥୀ ଉଗ୍ରବାଦ ହ୍ରାସ ହୋଇଛି।" ଗୋଟିଏ ବର୍ଷ ମଧ୍ୟରେ ୧.୮ କୋଟି ପର୍ଯ୍ୟଟକ ଜାମ୍ମୁ-କାଶ୍ମୀର ଭ୍ରମଣରେ ଆସିବ ଏକ ବଡ଼ କଥା। କାଶ୍ମୀର ପ୍ରତ୍ୟେକ ଘରକୁ କଳ ପାଣି ଓ ବିଦ୍ୟୁତ୍ ଯୋଗା ହୋଇଛି। ଯାହା ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି ଶାହ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.