ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବଢ଼ୁଛି କରୋନା ଆତଙ୍କ ; ୫% ଗୁରୁତର ସଂକ୍ରମିତ,୮୦% ପ୍ରଭାବିତ

22/03/2020 at 12:06 PM

ନୂଆଦିଲ୍ଲୀ ୨୨।୩: କରୋନା ଭାଇରସ ସଂସ୍ପର୍ଶରେ ଆସିବା ଯୋଗୁ ୮୦%ରୁ ଅଧିକ ଲୋକେ ସାଧାରଣ ଜ୍ୱରରେ ପୀଡ଼ିତ ହୋଇଥିଲେ। ସେହିପରି ପାଖାପାଖି ୧୪%  ଲୋକେ ଗୁରୁତର ଅସୁସ୍ଥ ହୋଇଥିବା ବେଳେ ମୋଟ ୫% ଲୋକେ ଅତି ଗୁରୁତର ଅସୁସ୍ଥ ହୋଇଥିଲେ। ତେବେ ରୁଗ୍ଣ ଲୋକଙ୍କ ଲାଗି ସଂକ୍ରମଣର ଅଧିକ ବିପଦ ରହିଛି। ଏହା ଚୀନରେ କରୋନା ରୋଗୀଙ୍କ ସଂଖ୍ୟାର ବିଶ୍ଲେଷଣ ପରେ ଜଣା ପଡ଼ିଛି । ଯେଉଁଥିରେ ହୃଦରୋଗୀଙ୍କ ସଂକ୍ରମିତ ହେବାର ଆଶଙ୍କା ସର୍ବାଧିକ ବୋଲି କୁହାଯାଇଛି ।

ଚାଇନିଜ୍ ସେଣ୍ଟର ପର ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ(ସିସିଡିସିପି)ର ବୈଜ୍ଞାନିକମାନେ କରୋନା ସଂକ୍ରମିତ ୭୨,୩୧୪ଜଣଙ୍କ ଡାଟା ବିଶ୍ଳେଷଣ କରିଛନ୍ତି। ଚୀନରେ ଛୋଟ ପିଲାଙ୍କ ୨ହଜାର ୧୪୩ମାମଲାରେ ୧୩% ପଜିଟିଭ ମିଳିଛନ୍ତି,କିନ୍ତୁ ଏମାନଙ୍କ ମଧ୍ୟରେ କେବଳ ୬% ଛୋଟ ପିଲା ଗୁରୁତର ହୋଇଥିଲେ। ବିଶେଷଜ୍ଞ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନଙ୍କ ଚେତାବନୀ ଅନୁସାରେ ଯୁବବର୍ଗମାନଙ୍କ ପାଇଁ ଏହାର ଆଶଙ୍କା କମ୍।

୪୪,୬୭୨ସଂକ୍ରମିତ ଲୋକଙ୍କ ବିଶ୍ଲେଷଣରୁ ଜଣା ପଡ଼ିଛି ଯେ ମହିଳା-ପୁରୁଷ ସଂକ୍ରମିତ ହେବାର ସମାନ ଆଶଙ୍କା ରହିଛି। ଏମାନଙ୍କ ମଧ୍ୟରୁ ୫୧.୪% ପୁରୁଷ ଏବଂ ୪୮.୬୫ ମହିଳା ଅଛନ୍ତି। କିନ୍ତୁ,ମୃତକ ମଧ୍ୟରେ ୬୩.୮% ପୁରୁଷ ଏବଂ ୩୬.୨% ମହିଳା ଅଛନ୍ତି।

ଚୀନ ଏବଂ ଇଟାଲୀରେ ସଂକ୍ରମଣର ଗୋଟିଏ ଭଳି ପ୍ୟାଟର୍ଣ୍ଣ ଦେଖିବାକୁ ମିଳୁଛି। ଇଟାଲୀରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ୮୦.୫ ପ୍ରତିଶତ ଓ ସଂକ୍ରମିତ ଲୋକଙ୍କ ହାରାହାରି ବୟସ ୬୩ବର୍ଷ। ସେହିପରି ଫ୍ରାନ୍ସରେ ଭାଇରସରେ ସଂକ୍ରମିତ ଅଧାରୁ ଅଧିକ ୬୦ବର୍ଷରୁ କମ୍।

   Related Posts