ଅବକାରୀ ବିଭାଗକୁ ସଫଳତା, ବସ୍‌ରୁ ମିଳିଲା ପୁଳା ପୁଳା ଟଙ୍କା

Published By : Prameya-News7 Bureau | January 13, 2023 IST

କଟକ ୧୩/୦୧: ଅବକାରୀ ବିଭାଗକୁ ବିପୁଳ ସଫଳତା । ଚେକିଂ ବେଳେ ବସ୍‌ରୁ ମିଳିଲା ପୁଳା ପୁଳା ଟଙ୍କା । ଗାଡି ଚେକିଂ ବେଳେ ମିଳିଲା ବିପୁଳ ଟଙ୍କା । ଏହି ଜବତ ଟଙ୍କାର ପରିମାଣ ୮୦ ଲକ୍ଷ ଟଙ୍କା । ଏହି ୮୦ ଲକ୍ଷ ଟଙ୍କାକୁ ଜବତ କରିଛି ଅବକାରୀ ବିଭାଗ ।

ସୂଚନା ଥାଉକି, ଟାଙ୍ଗୀ ଟୋଲ ଗେଟ୍ ନିକଟରେ ଚାଲିଥିଲା ଯାଞ୍ଚ । କୌଣସି ସୂତ୍ରରୁ ଖବର ପାଇ ଇନ୍ଦ୍ରାଣୀ ବସ୍‌କୁ ଯାଞ୍ଚ କରିଥିଲା ଟିମ୍ । ଆଉ ଏହି ଯାଞ୍ଚରୁ ଅଶି ଲକ୍ଷ ଟଙ୍କା ଜବତ ହୋଇଛି । ପେଟିରେ ଟଙ୍କା ସବୁ ପ୍ୟାକ୍ ହୋଇ ଯାଉଥିଲା ।

ଏହାସହ ଟଙ୍କା ନେଉଥିବା ସୁକୁମାର ସାହୁକୁ ଅଟକ ରଖି ପଚରା ଉଚରା କରୁଛି କଟକ ଜିଲ୍ଲା ଅବକାରୀ ବିଭାଗ । ତେବେ ଏହି ଟଙ୍କା କୁଆଡେ ଯାଉଥିଲା, କଣ ଏହାର ଉଦ୍ଦେଶ୍ୟ ତାହା ସ୍ପଷ୍ଟ ହୋଇନି । ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.