ଦୁଇଟି କାର୍‌ରୁ ୮୦କେ.ଜି. ଗଞ୍ଜେଇ ଜବତ, ୨ ଅଟକ

Published By : Prameya-News7 Bureau | June 24, 2022 IST

ଆଠଗଡ ୨୪।୬: କଟକ ଜିଲ୍ଲା କାନପୁର ଥାନା ପୋଲିସକୁ ବଡ଼ ସଫଳତା । ୨ଟି କାରରୁ ପାଖାପାଖି ୮୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ କହିଛନ୍ତି । ଏହି ଘଟଣାରେ ୨ ଜଣକୁ ଅଟକ ରଖି ପଚରାଉଚରା କରୁଛି କାନପୁର ପୋଲିସ । ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ କାନପୁର ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳଙ୍କ ନେତୃତ୍ବରେ ଚଢାଉ କରିଥିଲେ । ଥାନା ପକ୍ଷରୁ ଏକ ଟିମ୍ କାନପୁର ଥାନା ପଦମାଳ ଗ୍ରାମ ପଞ୍ଚାୟତ ବାଣେଶ୍ବର ନିକଟରୁ ଦୁଇଟି କାରକୁ ଜବତ କରିଛି । ବୌଦ୍ଧ ଜିଲ୍ଲାରୁ ବଡମ୍ବା-ନରସିଂହପୁର ଅଞ୍ଚଳକୁ ବହୁତ ଦିନ ଧରି ଗଞ୍ଜେଇ କାରବାରର ଚେର ଲମ୍ବିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.