୮୦ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ, ଜଣେ ଫେରାର

Published By : Prameya-News7 Bureau | July 24, 2019 IST

ବାଲିପାଟଣା ୨୪|୭: ବାଲିପାଟଣା ଥାନା ସେଖପାଟଣା ଗ୍ରାମରୁ ୮୦ କିଲୋ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ବେପାରୀ ସେଖପାଟଣା ଗ୍ରାମର ଗୋବିନ୍ଦ ସାହୁ ଗିରଫ ହୋଇଥିବା ବେଳେ ତାଙ୍କ ଦାଦା ରାଧାକାନ୍ତ ସାହୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ବିଳମ୍ବିତ ରାତ୍ରି ପ୍ରାୟ ୧୦ଟାରେ ବାଲିପାଟଣା ପୋଲିସ୍ ଗୋବିନ୍ଦଙ୍କ ଘରେ ଚଢାଉ କରିଥିଲା । ଘରୁ ୮୦ କିଲୋ ଗଞ୍ଜେଇ ଜବତ କରିଥିଲା ପୋଲିସ୍ ।  ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.