ରାଜଧାନୀରେ ପୁଣି ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
1/06/2018 at 5:05 AM

ନାବାଳିକା ଦୁଷ୍କର୍ମ ଓ ନିର୍ଯାତନା ରୋକିବା ଦିଗରେ ସଚେତନ ପାଇଁ ସାରା ରାଜ୍ୟରେ ବୁଲୁଛି ପରୀ ଏକ୍ସପ୍ରେସ । ଏପଟେ ଥମୁନି ନାବାଳିକା ଦୁଷ୍କର୍ମ । ରାଜଧାନୀରେ ପୁଣି ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଆସିଛି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶିଅଲ ଶ୍ରମିକ ବସ୍ତିର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ । ଅଭିଯୁକ୍ତ ଅଟୋ ଚାଳକ ଭରତ ଦିଗଲକୁ ଗିରଫ କରିଛି ପୋଲିସ ।