୮ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିଛନ୍ତି ୫ ନାବାଳକ

Published By : Prameya-News7 Bureau | July 17, 2018 IST

ଲଜ୍ୟା, ଉଚ୍ଛୃଙ୍ଖଳ ଏବଂ ଅଶୋଭନୀୟତାର ସୀମା ଟପିଗଲା । ମାତ୍ର ୮ ବର୍ଷର ଝିଅକୁ ଗଣ ବଳାତ୍କାର କରିଛନ୍ତି ୫ ଜଣ ନାବାଳକ । ସବୁ ଅଭିଯୁକ୍ତଙ୍କ ବୟସ ୯ ରୁ ୧୪ ବର୍ଷ । ଉତ୍ତରାଖଣ୍ଡର ସାହାସପୁରରେ ଘଟିଛି ଏପରି ଚିନ୍ତା ଜନକ ଦୁଃଖଦ ଘଟଣା । ସବୁଠୁ ଉଦବେଗଜନକ କଥାଟି ହେଲା ମୋବାଇଲ ଫୋନ୍‌ରେ ଅଶ୍ଲିଳ ସିନେମା ଦେଖିବା ପପରେ ନାବାଳକ ମାନେ ଝିଅଟିକୁ ଯୋଜନାବଦ୍ଧ ଭାବେ ବଳାତ୍କାର କରିଛନ୍ତି । ନାବାଳିକା ପୀଡିତାଙ୍କ ବାପାଙ୍କ ଅଭିଯୋଗ ଭିତ୍ତିରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଡେରାଡୁନ ଠାରୁ ୨୫ କିଲୋମିଟର ଦୂର ସାହାସପୁରରେ ଗତ ୧୨ ତାରିଖ ଦିନ ଏହି ଘଟଣା ଘଟିଥିଲା । କିନ୍ତୁ ପୀଡିତା ପରିବାରର ଅଭିଯୋଗପରେ ଏହା ପ୍ରଚାରିତ ହୋଇଛି । ଅଭିଯୁକ୍ତ ନାବାଳକ ମାନେ ଷଷ୍ଠ ଏବଂ ନବମ ଶ୍ରେଣୀ ଛାତ୍ର । ଜଣେ ଅଭିଯୁକ୍ତର ବଡ଼ ଭାଇଙ୍କ ଫୋନ୍‌ରୁ ସବୁ ଅଭିଯୁକ୍ତ ମାନେ ଏକ ଅଶ୍ଲିଳ ସିନେମା ଦେଖିବାର ୨ ଦିନ ପରେ ଏପରି କରିବାର ଯୋଜନା କରିଥିଲେ । ପୀଡିତାଟି ସେମାନଙ୍କ ପଡୋଶୀ । ପଞ୍ଜମ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଚକୋଲେଟର ଲୋଭ ଦେଖାଇ ଭୁଲେଇ ନେଇ ଥିଲେ ୫ ଅଭିଯୁକ୍ତ ।ଜଣେ ଅଭିଯୁକ୍ତର ଘରେ ହିଁ ତାକୁ ଗଣ ବଳାତ୍କାର କରିଥିଲେ। ତେବେ ଜଣେ ଅଭିଯୁକ୍ତର ବଡ ଭାଇ ଆସିବା ଦେଖି ପୀଡିତାକୁ ତା ଘରକୁ ପଠାଇ ଦେଇ ଖସିଯାଇଥିଲେ ସବୁ ଅଭିଯୁକ୍ତ । ଘଟଣା ପରେ କଥା କହିପାରୁ ନଥିବା ନାବାଳିକା ବିଳମ୍ବିତ ରାତିରେ ତାର ମାଆଙ୍କୁ ସବୁ କହିବା ପରେ , ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଛଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।ତେବେ ଏପରି ଘଟଣା ପ୍ରଥମ ନୁହେଁ । ଚଳିତ ମାସ ଆରମ୍ଭରେ କାନପୁରରେ ଅପରି ଏକ ଘଟଣା ଘଟିଥିଲା । ଅଶ୍ଲିଳ ସିନେମା ଦେଖିବା ପରେ ୬ ରୁ ୧୦ ବର୍ଷ ବୟସର ୪ ଜଣ ନାବାଳକ ଜଣେ ୪ ବର୍ଷୀଆ ନାବାଳିକାକୁ ଗଣବଳାତ୍କାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.