oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବସ୍ତାରୁ ରକ୍ତାକ୍ତ ଅବସ୍ଥାରେ ନିରୀହ ଶିଶୁର ମୃତଦେହ ଉଦ୍ଧାର, ପ୍ରାଇଭେଟ ପାର୍ଟରେ ଗଭୀର କ୍ଷତ: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

26/08/2020 at 11:45 AM

ଗୋପାଳଗଞ୍ଜ ୨୬/୦୮ : ବିହାର ଗୋପାଳଗଞ୍ଜରେ ୮ ବର୍ଷ ଶିଶୁକୁ ନିର୍ମମ ଭାବେ ହତ୍ୟା ମାମଲା ସାମ୍ନାକୁ ଆସିଛି | ବଖରୋୖର ଅଞ୍ଚଳରେ ଜଣେ ୮ ବର୍ଷର ନିରୀହ ଶିଶୁର ମୃତଦେହ ପଡିଶା ଘରୁ ଏକ ବସ୍ତାରେ ବନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି | ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ବଖରୋୖର ବାସିନ୍ଦା ଶିବଲାଲ ପ୍ରସାଦଙ୍କ ୮ ବର୍ଷର ଶିଶୁ କନ୍ୟା ମଙ୍ଗଳବାର ସକାଳ ୧୦ଟା ରୁ ନିଖୋଜ ହୋଇଯାଇଥିଲା | ଘରଲୋକ ବହୁତ ଖୋଜାଖୋଜି କରିଥିଲେ | କିନ୍ତୁ ପାଇନଥିଲେ | ସନ୍ଧ୍ୟା ଯାଏଁ ଝିଅ ନ ମିଳିବାରୁ ଘରଲୋକ ପଡିଶା ଘରକୁ ଯାଇଥିଲେ | ଘରର ଗୋଟିଏ କୋଠରୀରେ ବେଡ଼ ଉପରେ ଏକ ବସ୍ତାରେ ନାବାଳିକା ଶିଶୁର ଶବ ରଖାଯାଇଥିଲା | ଶିଶୁର ମୃତଦେହ କ୍ଷତାକ୍ତ ଅବସ୍ଥାରେ ପଡିଥିଲା ଏବଂ ପ୍ରାଇଭେଟ ପାର୍ଟରୁ ରକ୍ତସ୍ରାବ ହେଉଥିଲା | ଶିଶୁର ମୃତ ଶରୀରରେ ଗଭୀର କ୍ଷତ ଚିହ୍ନ ମଧ୍ୟ ଥିଲା | ଏହାକୁ ଦେଖି ପରିଜନ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଆଶଙ୍କା କରିଥିଲେ | ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା | ବିଳମ୍ବିତ ରାତିରେ ଶବ ବ୍ୟବଛେଦ ପରେ ଶବ ପରିଜନଙ୍କୁ ହସ୍ତାନ୍ତର କରାଯାଇଥିଲା |

ପଡିଶା ଘରୁ ଶବ ଜବତ ହେବାପରେ ପୋଲିସ ପଚରାଉଚୁରା କରିଥିଲା | ଅଭିଯୁକ୍ତର ବଡ ମା’ କହିଥିଲେ ଯେ ତାଙ୍କ ପୁତୁରା ଜୟକିଶୋର ଶିଶୁକୁ ହତ୍ୟା କରିବା ପରେ ଶବକୁ ବସ୍ତାରେ ରଖି ସେଠାରୁ ଫେରାର ହୋଇଯାଇଥିଲା | ଜୟକିଶୋରର ପତ୍ନୀ ମଧ୍ୟ ଫେରାର ହୋଇଯାଇଛି | ଅଭିଯୁକ୍ତର ବଡ ମା’ କହିଛନ୍ତି ଯେ ଯେତେବେଳେ ନିରୀହ ଶିଶୁକୁ ହତ୍ୟା କରାଯାଇଥିଲା ସେତେବେଳେ ସେ ଘରେ ନଥିଲେ |

ସ୍ଥାନୀୟ ଥାନା ଅଧିକାରୀ ରଂଜିତ ପାଶୱାନ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଶିଶୁର ପରିବାର ଲୋକେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି | ଲିଖିତ ଅଭିଯୋଗ ହେବାପରେ ସବୁ ଏଙ୍ଗଲରୁ ଯାଞ୍ଚ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି | ତେବେ ଦୁଷ୍କର୍ମ ମାମଲାରେ ଥାନା ଅଧିକାରୀ କୌଣସି ଜବାବ ଦେଇନାହାନ୍ତି | 

   Related Posts