ପିଠି ଯନ୍ତ୍ରଣା ହେଉଛି କି ? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ କିଛି ଟିପ୍ସ...

Published By : Prameya-News7 Bureau | December 08, 2024 IST

ନୂଆଦିଲ୍ଲୀ ୦୮।୧୨: ବର୍ତ୍ତମାନ ସମୟରେ ଅନେକଙ୍କର ପିଠି ଯନ୍ତ୍ରଣା ଲାଗି ରହୁଛି । ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ଚିନ୍ତାରେ । ପିଠି ଯନ୍ତ୍ରଣାକୁ ଏଡାଇବା ପାଇଁ ମେଡିସିନ୍‌ ଖାଇବା ଠାରୁ ଆରମ୍ଭ କରି ଅନେକ ପ୍ରକାରର ଆୟୁର୍ବେଦୀୟ ଚିକିତ୍ସା କରୁଛନ୍ତି ଲୋକେ । କିନ୍ତୁ ପିଠି ଯନ୍ତ୍ରଣା ଆପଣାଇବା ପାଇଁ କିଛି ଟ୍ରିକ୍‌ ଆପଣାଇ ପାରିବେ । ଆସନ୍ତୁ ଜାଣିବା...

ବାସ୍ତବରେ କୋର୍ ମସଲ୍ସ ଉପରେ ରୁହେ ମେରୁଦଣ୍ଡର ଭାର । ତେଣୁ କୋର୍ ମସଲ୍ସକୁ ମଜବୁତ କରିବା ପଡିବ  । ଏଥିପାଇଁ କିଛି ବ୍ୟାୟାମ କରିବା ଜରୁରୀ । ତେବେ ପ୍ରତିଦିନ ଷ୍ଟ୍ରେଚିଂ କରିବା ଦ୍ୱାରା ମାଂସପେଶୀ ଗୁଡ଼ିକ ନରମ ହୋଇଥାଏ। ଭୁଲ୍ ବସିବା ଯୋଗୁଁ ପିଠି ଉପରେ ଅଧିକ ଚାପ ପଡିଥାଏ । ତେଣୁ ଦୀର୍ଘ ସମୟ ଗୋଟିଏ ଜାଗାରେ ବସନ୍ତୁନି ।

ଦ୍ରୁତ ଗତିରେ ଚାଲିବା ମଧ୍ୟ ପିଠି ଉପରେ ଚାପକୁ କମାଇଥାଏ । ତେଣୁ ସ୍ପିଡ୍‌ରେ ଚାଲନ୍ତୁ । ଯଦି କୌଣସି ଭାରୀ ଜିନିଷ ଉଠେଇବାକୁ ଅଛି ତେବେ ପିଠିରେ ଜୋର୍ ନ ଦେଇ ଗୋଡ଼ରେ ଜୋର ଦେବା ଉଚିତ। ଏହାବ୍ୟତୀ ଶୋଇବା ବେଳେ ଆଣ୍ଠୁ ତଳେ ତକିଆ ଦେଇ ଶୁଅନ୍ତୁ । 

ଏପରି କରିବା ଦ୍ୱାରା ମେରୁଦଣ୍ଡ ଉପରେ ଚାପ କମିଯାଏ । ଅଧିକ ଓଜନ ଥିଲେ, ଏହା ମେରୁଦଣ୍ଡ ଉପରେ ଚାପ ପକାଇଥାଏ। ତେଣୁ ଓଜନ ନିୟନ୍ତ୍ରଣ କରିବାକୁ ଜରୁରୀ। ଧୂମପାନ କଲେ ଶରୀରକୁ ପୋଷଣ ମିଳିନଥାଏ । ତେଣୁ ମେରୁହାଡ଼ ଦୁର୍ବଳ ହୋଇଯାଏ। ଏଥିପାଇଁ ଧୂମପାନ ଠାରୁ ଦୂରେଇ ରହିବା ଉଚିତ୍ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.