ବଜ୍ରାଘାତରେ ୮ ଛାତ୍ରଛାତ୍ରୀଙ୍କ ସହ ଜଣେ ଶିକ୍ଷୟିତ୍ରୀ ଆହତ

Published By : Prameya-News7 Bureau | September 24, 2019 IST

ଜି.ଉଦୟଗିରି ୨୪।୯: କନ୍ଧମାଳ ବ୍ରାହ୍ମଣପାଦଠାରେ ଥିବା ବିରୂପାକ୍ଷ ଉଚ୍ଚ ବିଦ୍ୟାଳୟରେ ବଜ୍ରାଘାତରେ ୮ ଛାତ୍ରଛାତ୍ରୀଙ୍କ ସହ ଜଣେ ଶିକ୍ଷୟତ୍ରୀ ଆହତହୋଇଛନ୍ତି । ସେମାନଙ୍କୁ ବ୍ରାହ୍ମଣପାଦ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":161828}

ସୂଚନାଯୋଗ୍ୟ ଯେ, ବିରୁପାକ୍ଷ ଉଚ୍ଚ ବଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଶ୍ରେଣୀ ଗୃହରେ ଥିବା ସମୟରେ ବଜ୍ରପାତ ହୋଇଥିଲା । ଫଳରେ ବଜ୍ରାଘାତରେ ୮ ଜଣ ଛାତ୍ରଛାତ୍ରୀ ଏବଂ ସେଠାରେ ଥିବା ଶିକ୍ଷୟିତ୍ରି ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବ୍ରାହ୍ମଣପାଦ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଜଣେ ଛାତ୍ରୀ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରେ ଜିଲ୍ଲା ଶିକ୍ଷା ଅଧିକାରୀ ପହଁଚି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଆର୍ଥିଙ୍ଗ ତାର ପାଖରେ ଫାଟି ଯାଇଥିବା ବେଳେ ବିଭିନ୍ନ ଶ୍ରେଣୀ ଗୃହରେ ବିଦ୍ୟୁତ୍ ତାର ପୋଡିଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.