୮ ପୋଲିସ କର୍ମଚାରୀ କରୋନା ପଜିଟିଭ୍, ବଡମାଲ ଓ ବ୍ରଜରାଜନଗର ଆରପିଏଫ୍ ଥାନା ସିଲ୍

Published By : Prameya-News7 Bureau | August 18, 2020 IST

ଝାରସୁଗୁଡା ୧୮।୮: ଝାରସୁଗୁଡା ଜିଲ୍ଲାର ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାରେ ପଶିଲା କରୋନା । ୮ ପୋଲିସ କର୍ମଚାରୀଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାକୁ ସିଲ୍ କରି ସାନିଟାଇଜ କଲା ଜିଲ୍ଲା ପ୍ରଶାସନ।

ବଡମାଲ ଥାନାରେ ୫ ପୋଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ଜଣେ ସବ୍ ଇନ୍ସପେକ୍ଟର, ଜଣେ କନେଷ୍ଟବଳ, ୩ ଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ଜଣାପଡିବା ପରେ ସିଲ୍ ହେଲା ବଡମାଲ ଥାନା । ଥାନା ଆଇଆଇସିଙ୍କ ସମେତ ୩୫ ଜଣ ପୋଲିସ କ୍ବାରେଣ୍ଟାଇନରେ ଗଲେ । ବଡମାଲ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ବୁଝିବା ପାଇଁ ଥାନା ବାହାରେ ହେଲ୍ପ ଡେସ୍କ କରାଯାଇଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି । ସେହିପରି ବ୍ରଜରାଜନଗର ଆରପିଏଫ ଥାନାର ଇନଚାର୍ଯଙ୍କ ସମେତ ଅନ୍ୟ ଦୁଇ କନେଷ୍ଟବଳ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ପଠାଇ ଥାନାକୁ ସିଲ୍ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.