previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ରାଜ୍ୟ ପୁଲିସ୍‌ ବାହିନୀରେ କାର୍ଯ୍ୟରତ ୮ ଅତିରିକ୍ତ ଏସ୍‌ପିଙ୍କୁ ପଦୋନ୍ନତି

21/08/2020 at 9:43 AM

କଟକ୨୧/୮: ରାଜ୍ୟ ପୁଲିସ୍‌ ବାହିନୀରେ କାର୍ଯ୍ୟରତ ୮ ଜଣ ଅତିରିକ୍ତ ( ଆଡିସ୍‌ନାଲ୍‌) ଏସ୍‌ପିଙ୍କୁ ଏସ୍‌ପି ତଥା ସୁପର୍‌ ଟାଇମ୍‌ ସ୍କେଲ୍‌ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ହରେକୃଷ୍ଣ ବେହେରା, ପ୍ରତାପ କୁମାର ସ୍ୱାଇଁ, ନାରାୟଣ ପଣ୍ଡା, ନାରାୟଣ ମହାନ୍ତି, ଅମରେନ୍ଦ୍ର ରଣା, ଯଶୋବନ୍ତ ସେନାପତି, ପ୍ରଦୀପ କୁମାର ଦାସ ଓ ମନୋଜ କୁମାର ମହନ୍ତ ।

ସୂଚନାଯୋଗ୍ୟ, ଅତିରିକ୍ତ ଏସ୍‌ପି ପାହ୍ୟାରେ ଥିବା ୮ ଜଣ ଅଧିକାରୀଙ୍କୁ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଗୃହ ବିଭାଗରେ ଫାଇଲ୍‌ ପଡ଼ି ରହିଥିଲା। ପଦୋନ୍ନତି ବୋର୍ଡର ଅନୁମୋଦନକ୍ରମେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପରେ ପୁଲିସ୍‌ ବାହିନୀର ଏସ୍‌ପି ପାହ୍ୟାରେ ଅଦଳବଦଳ ହେବାର ସମ୍ଭାବନା ରହିଛି ।

   Related Posts